୪୨ ଡିଗ୍ରୀ ଟପିଲା ତାପମାତ୍ରା, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

0

ଭୁବନେଶ୍ବର : ରାଜ୍ୟରେ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଛି। ଫଳରେ ପାରଦ ୪୨ ଡିଗ୍ରୀ ଟପିଯାଇଛି। ଆଗକୁ ତାପମାତ୍ରା ଆହୁରି ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି। ବୁଧବାର ୮ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଟିଟିଲାଗଡ଼ରେ ସର୍ବାଧିକ ୪୨.୭ ଡିଗ୍ରୀ ସହ ଉତ୍ତପ୍ତ ସହର ରହିଥିଲା।

ସେହିଭଳି ବଲାଙ୍ଗୀରରେ ୪୨.୫, ସୋନପୁର ୪୧.୯, ଝାରସୁଗୁଡ଼ା ୪୧.୨, ବୌଦ୍ଧ ୪୧, ଭବାନୀପାଟଣା ୪୧, ସମ୍ବଲପୁର ୪୦, ସୁନ୍ଦରଗଡ଼ ୪୦, ଭଦ୍ରକ ୩୯.୮, ହୀରାକୁଦ ୩୯.୭, ତାଳଚେର ୩୯.୪, ଫୁଲବାଣୀ ୩୯.୪, ମାଲକାନଗିରି ୩୯.୫, ବାରିପଦା ୩୮.୨, କଟକ ୩୮.୧, ଅନୁଗୋଳ ୩୮.୧, ରାୟଗଡ଼ା ୩୮.୧, ପାରଳାଖେମୁଣ୍ଡି ୩୮.୫, କଟକ ୩୮.୧, ନୟାଗଡ଼ ୩୬ ଓ ଭୁବନେଶ୍ବରରେ ତାପମାତ୍ରା ୩୪.୮ ରେକର୍ଡ କରାଯାଇଛି।
ଆସନ୍ତା ଦୁଇଦିନ ବରଗଡ଼, ବଲାଙ୍ଗିର, ବୌଦ୍ଧ, ସୋନପୁର, କଳାହାଣ୍ଡି, ଅନୁଗୋଳ ଓ ସମ୍ବଲପୁର ଆଦି ୭ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବା ସମ୍ଭାବନା ରହିଛି।

Leave a comment
<p>You cannot copy content of this page</p>