ଲଗାଣ ବର୍ଷା ଯୋଗୁଁ ତେଲେଙ୍ଗାନାରେ ବନ୍ୟା ପରିସ୍ଥିତି, ଏଯାବତ ଗଲାଣି ୧୪ ଜଣଙ୍କ ଜୀବନ

ଅନେକ ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବନ୍ୟାର ପରିସ୍ଥିତି ଦେଖାଦେଇଛି । ତେଲେଙ୍ଗାନାରେ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜୁଛି । ୧୪ ମୃତଦେହ ଉଦ୍ଧାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ତେଲେଙ୍ଗାର ମୁଲୁଗୁ ଜିଲ୍ଲାରେ ସର୍ବାଧିକ ୬୪୯୮ମିମି ବର୍ଷା ରେକର୍ଡ କରାଯାଇଛି । ୨୦୦୪ ପରଠାରୁ ସବୁଠାରୁ ଅଧିକ ବର୍ଷା ହୋଇଛି ।
ବନ୍ୟା ଓ ବର୍ଷା ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ମୁଲୁଗୁ ଜିଲ୍ଲାରେ କୋଣ୍ତାଇ ଗାଁରୁ ୮ଟି ମୃତଦେହ ଉଦ୍ଧାର କରାଯାଇଛି । ଏହି ଅଞ୍ଚଳରେ ବୟୁସେନା ଓ ଏନଡିଆରଏଫ୍ ଟିମ ନିୟୋଜିତ କରାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।