ଆସନ୍ତା ୧୬ରେ ଘୋଷଣା ହେବ ଟିମ୍ ଇଣ୍ଡିଆର କୋଚଙ୍କ ନାଁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୧୬ରେ ଘୋଷଣା ହେବ ଟିମ୍ ଇଣ୍ଡିଆର କୋଚଙ୍କ ନାଁ । ଏହି ତାଲିକାରେ ୬ଜଣଙ୍କ ନା ସ୍ଥାନ ପାଇଛି ସେମାନଙ୍କ ମଧ୍ୟରୁ ୩ଜଣ ଭାରତୀୟ ହୋଇଥିବା ବେଳେ ଅନ୍ୟ ୩ଜଣ ବିଦେଶୀ । ୩ଜଣ ଭାରତୀୟ ହେଲେ ବର୍ତ୍ତମାନର କୋଚ ରବି ଶାସ୍ତ୍ରୀ, ରବିନ ସିଂ ଓ ଲାଲଚାନ୍ଦ ରାଜପୁତ । ଏବଂ ୩ଜଣ ବିଦେଶୀ ହେଲେ ଟମ ମୁଡି, ଫିଲ ସିମୋନ୍ସ ଓ ମାଇକ ହାସନ ।

ସୂଚନା ଅନୁଯାୟୀ, ଆସନ୍ତା ୧୬ ତାରିଖରେ ଏହି ୬ଜଣଙ୍କ ସହ ବିସିସିଆଇ କ୍ରିକେଟ ପରାମର୍ଶଦାତା କମିଟି ଇଣ୍ଟରଭ୍ୟୁ ନେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ହିଁ ଭାରତୀୟ ଦଳର ମୁଖ୍ୟ କୋଚ କିଏ ହେବ ତାହା ସ୍ଥିର କରାଯିବ ବୋଲି ବିସିସିଆଇ ତରଫରୁ ସୂଚନା ଦିଆଯାଇଛି ।

Leave a comment