ପଶ୍ଚିମ ଓଡ଼ିଶାକୁ ଫେରିଲା ତାତି, ଜଳୁଛି ବଲାଙ୍ଗୀର ଓ ଟିଟିଲାଗଡ଼
ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ୪୩ ଡିଗ୍ରୀ ଉପରେ ରହିଥିଲା ୮ ସହର। ଜଳୁଛି ବଲାଙ୍ଗୀର ଓ ଟିଟିଲାଗଡ଼। ୪୪ ଡିଗ୍ରୀ ସହିତ ସୋନପୁର ହୋଇଥିଲା ସବୁଠୁ ଉତ୍ତପ୍ତ। ଗତକାଲି ରାଜ୍ୟର ୧୭ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।
ଉପକୂଳ ଓଡ଼ିଶାରେ ତାତି ନବଢିଲେ ବି ଅସହ୍ୟ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ଲୋକ। ଓଡ଼ିଶା ଉପରେ କୌଣସି ସିଷ୍ଟମ ବା ଘୂର୍ଣ୍ଣିବଳୟ ନଥିବାରୁ ଏପରି ସ୍ଥିତି ଲାଗି ରହିବ। କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବ। ଏଥିପାଇଁ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେପଟେ କେରଳ ଛୁଇଁସାରିଛି ମୌସୁମୀ। ଓଡ଼ିଶାରେ କେବେ ପହଞ୍ଚିବ ତାକୁ ଅପେକ୍ଷା ରହିଛି।