ତପସ୍ୱିନୀ-ସୁମିତ ବିବାଦ: ପତୀପତ୍ନୀ ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର
କଟକ : ବ୍ରହ୍ମପୁର ବହୁଚର୍ଚ୍ଚିତ ଦମ୍ପତି ତପସ୍ୱନୀ ସୁମିତ ପାରିବାରିକ ବିବାଦ ମାମଲା । ଉଭୟ ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଛନ୍ତି । ଆଜି ମଧ୍ୟସ୍ଥତା ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ପୂର୍ବରୁ ସୁମିତ ରହୁଥିବା ଭଡା ଘରେ ଏକ ଭିଡିଓ ପ୍ରସ୍ତୁତ କରିବା ପାଇଁ ମଧ୍ୟ ଉଭୟଙ୍କୁ କୁହାଯାଇଥିଲା । ସେହି ଘରଟି ରହିବା ଯୋଗ୍ୟ କି ନାହିଁ ତାହା କୋର୍ଟଙ୍କୁ ଜଣାଇବେ ଉଭୟ ପତୀପତ୍ନୀ ।
ସେହିପରି ସୁମିତ ସରକାରୀ କ୍ୱାଟର ପାଇଛନ୍ତି କି ନାହି ତାହା ମଧ୍ୟ ସତ୍ୟପାଠରେ ଉଲ୍ଲେଖ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।