ହସ୍ପିଟାଲରେ ଭର୍ତ୍ତି ହେଲେ ତାମିଲ ଷ୍ଟାର ବିକ୍ରମ

0

ହସ୍ପିଟାଲରେ ଭର୍ତ୍ତି ହେଲେ ଜଣାଶୁଣା ତାମିଲ ଅଭିନେତା ଚିୟାନ ବିକ୍ରମ। ମିଳିଥିବା ସୂଚନା ଅନୁଯାୟୀ, ତାଙ୍କ ଆଞ୍ଜିଓଗ୍ରାମ କରାଯାଇଛି। ତାଙ୍କ ଅବସ୍ଥା ଭଲ ଅଛି। ଆଜି ନ ହେଲେ ଆସନ୍ତାକାଲି ତାଙ୍କୁ ଡିସ୍‌ଚାର୍ଜ କରି ଦିଆଯିବ। ତେବେ ହସ୍‌ପିଟାଲ୍‌ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କିଛି ସୂଚନା ଦିଆଯାଇନାହିଁ।

ଆଜି ଚିୟାନ ବିକ୍ରମ ଅସୁସ୍ଥ ଅନୁଭବ କରିଥିଲେ। ଏହା ପରେ ତୁରନ୍ତ ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍‌ପିଟାଲ୍ ନିଆଯାଇଥିଲା।

ଆଜି ସନ୍ଧ୍ୟାରେ ଚେନ୍ନାଇରେ ତାଙ୍କର ଅପ୍‌କମିଂ ଫିଲ୍ମ ପୋନ୍ନିୟିନ ସେଲଭାନ୍ ( Ponniyin Selvan )ର ଟିଜର ରିଲିଜ୍ ହେବା କାର୍ଯ୍ୟକ୍ରମ ରହିଛି। ତେବେ ସେ ଏଥିରେ ଯୋଗ ଦେଇ ପାରିବେ ନାହିଁ ବୋଲି ଗତକାଲି ଠାରୁ ଜଣାଇ ଦେଇଥିଲେ। ସେ କିଛି ଦିନ ବିଶ୍ରାମ ନେବାକୁ ଚାହୁଁଥିବା କହିଥିଲେ। ଫିଲ୍ମଟି ସେପ୍ଟେମ୍ବର ୩୦ ତାରିଖରେ ରିଲିଜ୍ ହେବ।

Leave a comment