ରାତିରେ ଠିକରେ ନିଦ ଆସିବା ପାଇଁ ନେଉଛନ୍ତି କି ମେଡ଼ିସିନ, ତାହା ଶରୀର ପାଇଁ ହୋଇପାରେ ଏଭଳି ଘାତକ

0

ରାତିରେ ଯଦି ଆପଣଙ୍କୁ ଠିକରେ ନିଦ ନଲାଗୁଛି ବା କିଛି ଟେନସନରେ ଅଛନ୍ତି, ତେବେ ଆପଣ ଏଥିପାଇଁ ନିଦ ବଟିକାର ସାହାଯ୍ୟ ନେଉଛନ୍ତି କି ? ତେବେ ହୋଇ ଯାଆନ୍ତୁ ସତର୍କ, ଏହା ଆପଣଙ୍କ ଶରୀର ପାଇଁ ହୋଇପାରେ ମାରାତ୍ମକ । ଜାଣନ୍ତୁ କ’ଣ ହୋଇପାରେ ନିଦ ବଟିକା ଖାଇବାର ଦୁସ୍ପ୍ରଭାବ । ଆଜି ଆପଣଙ୍କୁ କହିବୁ ବିନା ନିଦ ବଟିକାରେ କିପରି ହେବ ଭଲ ନିଦ ।

ଯଦି ଆପଣଙ୍କୁ ନିଦ ବଟିକାର ନିଶା ହୋଇଯାଇଛି । ତେବେ ଏହା ଆପଣଙ୍କ ମସ୍ତିସ୍କ ଉପରେ ମଧ୍ୟ କୁପ୍ରଭାବ ପକାଇବ । ଏକ ଗବେଷଣାରୁ ଜଣାଯାଇଛି ଯେ ନିଦ ବଟିକା ଧିରେ ଧିରେ ଆପଣଙ୍କ ସ୍ମରଣ ଶକ୍ତିକୁ ମଧ୍ୟ ହ୍ରାସ କରିଦେବ । ଏହାର ନିୟମିତ ସେବନ ଦ୍ୱାରା ହୃଦ ରୋଗର ଆଶଙ୍କା ବଢ଼ିପାରେ । ଏହାଛଡ଼ା ପେଟ ଦରଜ, ମୁଣ୍ଡ ଘୁରାଇବା, ମେମୋରି ଲସ୍‌, କନ୍‌ଷ୍ଟିପେସନ ଭଳି ରୋଗ ହୋଇପାରେ । ତେଣୁ ଆପଣ ନିଦ ପାଇଁ ବଟିକା ନେବା ପରିବର୍ତ୍ତେ ଏହି ଟିପ୍ସ ଆପଣାଇବା ବହୁତ ଭଲ ହୋଇଥାଏ ।

ବିନା ନିଦ ବଟିକାରେ ଭଲ ନିଦର ଉପାୟ-

ଶୋଇବା ସମୟ ନିର୍ଦ୍ଧାରଣ କରନ୍ତୁ:

ଭଲ ନିଦ ପାଇଁ ଶୋଇବା ଓ ଉଠିବା ସମୟ ନିର୍ଦ୍ଧାରଣ କରନ୍ତୁ । ଆପଣଙ୍କ ରୁଟିନ ଯଦି ଠିକ ରହିବ ତେବେ ନିଦ ମଧ୍ୟ ଠିକ୍‌ ହେବ ।

ବିଳମ୍ବିତ ରାତି ଯାଏ ଟିଭି ଓ ମୋବାଇଲ ଦେଖନ୍ତୁ ନାହିଁ:

ନିଦ ନ ଆସିବାର ସବୁଠୁ ବଡ଼ ଭୂମିକା ହେଉଛି ବିଳମ୍ବିତ ରାତି ଯାଏ ଟିଭି ଓ ମୋବାଇଲ ଦେଖିବା । ତେଣୁ ଠିକ ସମୟରେ ଶୁଅନ୍ତୁ ।

ପାଦ ତଳ କରନ୍ତୁ ମାଲିସ:

ଶୋଇବା ପୂର୍ବରୁ ପାଦ ତଳିପାରେ ଭଲ ଭାବେ ତେଲ ମାଲିସ କରନ୍ତୁ । ଏହାଦ୍ୱାରା ଭଲ ନିଦ ଆସିବ ।

ଚା’ କଫି ସେବନ ନ କରିବା:

ନିଦର ଶତ୍ରୁ ହୋଇଥାଏ ଚା’ ଓ କଫି । ଏହାର ଅଧିକ ସେବନ କେବଳ ନିଦ ନୁହେଁ ଶରୀର ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ ।

Leave a comment