ତାଜମହଲର ଗୁପ୍ତ ପ୍ରକୋଷ୍ଠ ବିବାଦ: ୨୨ଟି ପ୍ରକୋଷ୍ଠର ଫଟୋ ଜାରିକଲା ଏଏସ୍ଆଇ
ଆଗ୍ରା : ଆଗ୍ରାସ୍ଥିତ ବିଶ୍ୱପ୍ରସିଦ୍ଧ ତାଜମହଲର ୨୨ଟି ପ୍ରକୋଷ୍ଠକୁ ନେଇ ବିବାଦର ସୂତ୍ରପାତ ହୋଇଛି । ଏହି ପ୍ରକୋଷ୍ଠରେ ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ରହିଛି ବୋଲି କେତେକ ଗୋଷ୍ଠୀ ଦାବି କରିବା ସହ ଏହାକୁ ଖୋଲିବାକୁ ଦାବି କରିଥିବାବେଳେ ମାମଲା ହାଇକୋର୍ଟ ପର୍ଯ୍ୟନ୍ତ ପହଞ୍ଚି ସାରିଛି । ଆହ୍ଲାବାଦ ହାଇକୋର୍ଟ ଅବଶ୍ୟ ଉକ୍ତ ପିଟିସନକୁ ଖାରଜ କରିଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍ଆଇ) ପକ୍ଷରୁ ସୋମବାର ଏହି ୨୨ଟି ପ୍ରକୋଷ୍ଠର ଫଟୋଚିତ୍ର ଜାରି କରାଯାଇଛି ।
ବର୍ତ୍ତମାନ ଏହି ପ୍ରକୋଷ୍ଠଗୁଡିକରେ ମରାମତି କାର୍ଯ୍ୟ ଚାଲିଥିବାରୁ ଫଟୋରୁ ସବୁ କିଛି ସ୍ପଷ୍ଟ ଜଣାପଡିବ ଏବଂ ବିବାଦର ପରିସମାପ୍ତି ଘଟିବ ବୋଲି ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏହି ପ୍ରକୋଷ୍ଠରୁ କୌଣସି ଦେବାଦେବୀଙ୍କ ମୂର୍ତ୍ତି ମିଳିନଥିବା କୁହାଯାଇଛି ।