ଜଳିଗଲା ୩ ପରିବାରର ୫ ବଖରା
ଭଦ୍ରକ ବ୍ଲକ ବାଣିତିଆ ପଞ୍ଚାୟତ ଦକ୍ଷିଣସାହି ଗାଁରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ବିଳମ୍ବିତ ରାତିରେ ସର୍ଟ ସର୍କିଟରୁ ଗାଁର ଗୋପବନ୍ଧୁ ଜେନାଙ୍କ ଘରେ ନିଆଁ ଲାଗିଥିଲା । ଶୋଇଥିବା ବେଳେ ଲାଗିଥିବା ନିଆଁ ଚାହୁଁ ଚାହୁଁ ପଡ଼ୋଶୀ ଘରକୁ ବ୍ୟାପି ଯାଇଥିଲା । ସୌଭାଗ୍ୟବଶତଃ ପରିବାରର ସମସ୍ତ ସଦସ୍ୟ…