କମିବ ନବମ ଓ ଦଶମ ଶ୍ରେଣୀ ସିଲାବସ୍ ସମୀର ଦାଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନା ମହାମାରୀ ମଧ୍ୟରେ ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସିଲାବସ ହ୍ରାସ ହେବ। ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
ନବମ ଓ ଦଶମ ଶ୍ରେଣୀ ପିଲାଙ୍କର ୩୦ ପ୍ରତିଶତ ସିଲାବସ୍ ହ୍ରାସ କରାଯିବ। ଅନ୍ୟପଟେ ସ୍କୁଲ ଖୋଲିବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନଥିଲେ ସୁଦ୍ଧା ଅନଲାଇନରେ ପାଠପଢ଼ାଯାଉଛି। ହେଲେ ଅନଲାଇନ ଶିକ୍ଷା ସବୁ ପିଲାଙ୍କ ପାଖରେ ପହଞ୍ଚିବା ସମ୍ଭବ ନୁହେଁ। ତେଣୁ ଚଳିତ ବର୍ଷ ମଧ୍ୟ ସିଲାବସ୍ କମାଇବା ପାଇଁ ନିଷ୍ପତ୍ତି ହୋଇଥିବା ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି।

Leave a comment