ସ୍ୱିସ୍ ଓପନ୍: ବିଜୟରୁ ଶ୍ରୀକାନ୍ତଙ୍କ ଅଭିଯାନ

0

ବାସେଲ୍ : ଏଠାରେ ଆରମ୍ଭ ହୋଇଥିବା ସ୍ୱିସ୍ ଓପନ୍ ବ୍ୟାଡ୍ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍ରେ ଭାରତୀୟ ଶଟ୍ଲର୍ କିଦାମ୍ବୀ ଶ୍ରୀକାନ୍ତ ବିଜୟୀ ଅଭିଯାନ ଆରମ୍ଭ କରିଛନ୍ତି । ବୁଧବାର ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ୍ ମ୍ୟାଚ୍ରେ ସପ୍ତମ ସିଡ୍ ଶ୍ରୀକାନ୍ତ ସିଧା ଗେମ୍ରେ ମ୍ୟାଡ୍ସ କ୍ରିଷ୍ଟୋଫରସେନ୍ଙ୍କୁ ହରାଇ ଦେଇଛନ୍ତି । ୩୨ ମିନିଟ୍ର ମ୍ୟାଚ୍ରେ ଶ୍ରୀକାନ୍ତ ୨୧-୧୬, ୨୧-୧୭ରେ ଡେନିସ୍ ଖେଳାଳିଙ୍କୁ ମାତ୍ ଦେଇଥିଲେ । ସେହିପରି ପ୍ରଥମ ଗେମ୍ରେ ପରାଜିତ ହେବା ସତ୍ତ୍ୱେ ଚିରାଗ ଶେଟ୍ଟୀ ଓ ସାତ୍ତ୍ୱିସାଇରାଜ୍ ରାଙ୍କିରେଡ୍ଡୀଙ୍କ ଭାରତୀୟ ଯୋଡ଼ି ପୁରୁଷ ଡବଲ୍ସରେ ଇଣ୍ଡୋନେସିଆର ମହମ୍ମଦ ଶୋହିବୁଲ୍ ଫିକ୍ରି ଓ ବାଗାସ୍ ମୌଲାଣ୍ଡ୍ଙ୍କୁ ୧୭-୨୧, ୨୧-୧୧, ୨୧-୧୮ରେ ହରାଇ ଦେଇଛି ।

Leave a comment