ବବିଙ୍କ ମ୍ୟାନେଜମେଣ୍ଟରେ ବାଲେଶ୍ୱରରେ ସ୍ୱରୂପ ବଜାଇଲେ ଶଙ୍ଖ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଲେଶ୍ଵର, ତିର୍ତ୍ତୋଲ ଉପନିର୍ବାଚନରେ ବିଜେଡ଼ିର ବାଜିମାତ । ବାଲେଶ୍ଵର ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ବିପୁଳ ବିଜୟ । ବାଲେଶ୍ୱର ଉପନିର୍ବାଚନରେ ବାଜିମାରି ନେଲା ବିଜେଡି । ୧୩ ହଜାରରୁ ଅଧିକ ଭୋଟରେ ବିଜେପିକୁ ହରାଇଲା ବିଜେଡି । ଯଦିଓ ଆନୁଷ୍ଠନିକ ଭାବେ ଫଳାଫଳ ଘୋଷଣା ହୋଇନି ତେବେ ବିଜେଡି ବିଜୟ ହୋଇଥିବା ସୂଚନା ମିଳିଛି । ୨୦୧୯ ନିର୍ବାଚନରେ ବିଜେପି କବଜା କରିଥିଲା ବିଜେଡିର ବାଲେଶ୍ଵର ଗଡ଼ । ଏଥର ପୁଣିଥରେ ନିଜ ଗଡକୁ ଅକ୍ତିଆର କରିଛନ୍ତି ନବୀନଙ୍କ ସେନାପତି । ଏହି ବିଜୟ ଶ୍ରେୟ ବିଜେଡ଼ି କ୍ରାଇସିସ ମ୍ୟାନେଜର ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଧାୟକ ପ୍ରତାଵ ଦେବ, ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଏବଂ ଦେବୀ ମିଶ୍ରଙ୍କୁ ଦେବାରେ କୌଣସି ସନ୍ଦେହ ନାହିଁ । ମାତ୍ର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଅକ୍ଲାନ୍ତ ପରିଶ୍ରମ ଓ ରୋଡ଼ ମ୍ୟାପ ଆଜି ବିଜେଡ଼ିକୁ ନିଜ ଗଡ଼ ଫେରିପାଇବାରେ ସାହାଯ୍ୟ କରିଛି । ସେ ସମସ୍ତ ପଞ୍ଚାୟତ ପରିଭ୍ରମଣ କରି ସେଠାରେ ଥିବା ଦଳୀୟ ମତାନ୍ତର ଓ ମନାନ୍ତର ଦୂରକରିବା ସହ ବିଭିନ୍ନ ସ୍ଥାନରେ ମିଶ୍ରଣ ପର୍ବ ଅନୁଷ୍ଠିତ କରିଥିଲେ ।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ବାଲେଶ୍ଵର ଉପନିର୍ବାଚନ ପାଇଁ ସ୍ୱରୂପ ଦାସଙ୍କୁ ଚୟନ କରି ସମସ୍ତଙ୍କୁ ଚକିତ କରିଥିଲେ । ଆଶାୟୀ ଅନେକ ବିରୋଧ ଓ ଚାପ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନିଜ ନିଷ୍ପତ୍ତି ନବଦଳାଇ ସ୍ୱରୂପଙ୍କ ଉପରେ ନିଜ ଆସ୍ଥା ରଖିଥିଲେ । ଯାହାକି ଆଜି କ୍ରାଇସିସ ମ୍ୟାନେଜର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ପାଇଁ ସାକାର ହୋଇଛି ।

ବିଜେଡ଼ିର କିଛି ନେତା ବାଲେଶ୍ୱର ଉପନିର୍ବାଚନ ପ୍ରଚାର ଆରମ୍ଭରୁ ଭୁବନେଶ୍ୱରରୁ ଯାଇ ସ୍ୱରୂପ ଦାସ କିପରି ବିଜେଡ଼ିର ସ୍ୱାଭିମାନ ରକ୍ଷା କରିବେ ସେନେଇ ଦିନରାତି ଏକ କରିଦେଇଥିଲେ । ବିଭିନ୍ନ ସ୍ଥାନରେ ସମ୍ବିଳନୀ କରିବା ସହ ମିଶ୍ରଣ ପର୍ବରେ ନିଜ ଯୋଗଦାନ କରିଥିଲେ । ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ନେତାମାନଙ୍କ ମଧ୍ୟରୁ ଅନ୍ୟତମ, ଯେ କି ବାଲେଶ୍ଵରରେ ଦଳର ସ୍ୱାଭିମାନ ବଜାୟ ରଖିବା ପାଇଁ ଅନେକ ଚେଷ୍ଟା କରିଛନ୍ତି ।

Leave a comment