ପରିବାରର ୫ଜଣଙ୍କ ମୃତ୍ୟୁ ରାହସ୍ୟଘେରରେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଲ୍ହାବାଦ ଠାରେ ଘଟିଯାଇଛି ଏକ ହୃଦୟ ବିଦରକ ଘଟଣା । ଗୋଟିଏ ପରିବାରର ୫ଜଣଙ୍କ ରହସ୍ୟମୟ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ମନୋଜ କୁଶୱାଲ ନାମକ ଜଣେ ବ୍ୟକ୍ତି ନିଜ ୩ ଝିଅ ଓ ପତ୍ନୀଙ୍କ ସହ ଆଲ୍ହାବାଦ ରେ ରହୁଥିଲେ । ତେବେ ଗତକାଲି କୌଣସି କାରଣରୁ ମନୋଜଙ୍କ ପରିବାରର ସମସ୍ତଙ୍କ ମୃତ୍ୟୁ ହୋଇଛି । ମନୋଜଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବା ବେଳେ ତାଙ୍କ ସ୍ତ୍ରୀ ଙ୍କ ମୃତଦେହ ଫ୍ରିଜରୁ ଉଦ୍ଧାର ହୋଇଛି । ତିନି ଝିଅଙ୍କ ମଧ୍ୟରୁ ଦୁଇଝିଅଙ୍କ ମୃତଦେହ ସୁଟକେସ ଓ ଅନ୍ୟ ଜଣେ ଝିଅର ମୃତଦେହ ଅନ୍ୟଏକ ବନ୍ଦ ଘରୁ ମିଳିଛି । ପୋଲିସ ଘଟଣା ସ୍ଥଳେ ପହଞ୍ଚି ତଦନ୍ତ ଚାଲିଛି । ପ୍ରାଥମିକ ତଦନ୍ତରୁ ପୋଲିସ ଅନୁମାନ କରୁଛିକି ମନୋଜ ସମସ୍ତଙ୍କୁ ମାରିବା ପରେ ନିଜେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି । ଅଧିକ ତଦନ୍ତ ପରେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇପାରିବ ।

Leave a comment