ସିଏଫଏସଏଲ୍ ଯିବ ପାରାଦୀପରୁ ଉଦ୍ଧାର ହୋଇଥିବା ସନ୍ଦିଗ୍ଧ ପାରା

ସିଏଫଏସଏଲ୍ ଯିବ ସନ୍ଦିଗ୍ଧ ପାରା । କୋଲକାତା କିମ୍ବା ହାଇଦ୍ରାବାଦକୁ ପାରାକୁ ପଠାଯାଇପାରେ । ପାରାର ଡିଏନଏ ଟେଷ୍ଟ ମଧ୍ୟ କରାଯାଇପାରେ । ଡେଣାରେ ଲେଖାଥିବା ଭାଷାକୁ ବୁଝିବା ପାଇଁ ହେଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛି । ଦୁଇ ଡେଣାରେ ଲେଖାଯାଇଥିବା ଅକ୍ଷର ଚାଇନିଜ୍ ବୋଲି ସ୍ପଷ୍ଟ ହୋଇଛି ।
ଏହାର ଅର୍ଥ ଜାଣିବା ରାଜ୍ୟ ବାହାରର ଫରେନସିକ୍ ସାଇନ୍ସ ଲାବରେଟୋରିରର ବିଶେଷଜ୍ଞଙ୍କ ସହାୟତା ନେବାକୁ ଓଡ଼ିଶା ପୋଲିସର ବରିଷ୍ଠ ଅଧିକାରୀମାନେ ଆଲୋଚନା ଆରମ୍ଭ କରିଥିବା ସୂଚନା ମିଳିଛି ।
ପାରାଦୀପରୁ ଉଦ୍ଧାର ହୋଇଥିବା ପାରା ଗୋଡ଼ରେ କ୍ୟାମେରା ଲେନ୍ସ ଭଳି ଦେଖାଯାଉଥିବା ଯନ୍ତ୍ରାଂଶ ପ୍ରକୃତରେ ଏକ ସୋଲାର ପ୍ୟାନେଲ ଓ ମେମୋରି କାର୍ଡ କୁହାଯାଉଥିବା ଯନ୍ତ୍ରାଂଶ ଟ୍ରାନସମିଟର । କ୍ୟାମେରା ଓ ମେମୋରି କାର୍ଡ କୁହାଯାଉଥିବା ଦୁଇ ଯନ୍ତ୍ରାଂଶ ଭୁବନେଶ୍ୱର ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବରେଟୋରିରେ ଯାଞ୍ଚ୍ କରାଯିବା ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଏହି ଟ୍ରାନସମିଟର ଆମେରିକାରୁ ପ୍ରସ୍ତୁତ ହୋଇଥିବା ଜଣାପଡ଼ୁଥିବା ବେଳେ ଏହାକୁ ପଶୁପକ୍ଷୀ ଦେହରେ ଜଙ୍ଗଲ ବିଭାଗ ଗିତିବିଧି ସମ୍ପର୍କିତ ତଥ୍ୟ ସଂଗ୍ରହ ପାଇଁ ଲଗାଯାଇଥାଏ । ଏଥିପାଇଁ ଫରେନସିକ୍ ସାଇନ୍ସ ଲାବରେଟୋରି ପକ୍ଷରୁ ଏହି ଟ୍ରାନସମିଟର ସମ୍ପର୍କିତ ଅଧିକ ତଥ୍ୟ ପାଇଁ ନନ୍ଦନକାନନକୁ ପଠାଯାଇଥିଲା। ସେଠାରେ ସେମାନେ ଟ୍ରାନସମିଟରକୁ ଚିହ୍ନଟ କରିଛନ୍ତି।