କେରଳରେ ପ୍ରଥମ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ

କରୋନା ପରିସ୍ଥିତିକୁ ନେଇ ଚିନ୍ତା ଲାଗିରହିଥିବାବେଳେ ଦେଶରେ ଦେଖାଦେଲାଣି ମଙ୍କିପକ୍ସ ଭୁତାଣୁ । ପୂର୍ବରୁ ଏହାକୁ ନେଇ ଭାରତରେ ମଧ୍ୟ ସତର୍କତା ଜାରିକରାଯାଇଛି । ତେବେ କେରଳରେ ଜଣେ ମଙ୍କିପକ୍ସ ସନ୍ଦିଗ୍ଧ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି ଯେ ସଂଯୁକ୍ତ ଆରବ ଏମିରେଟସରୁ ଫେରିଥିବା ଜଣେ ବ୍ୟକ୍ତି ମଙ୍କିପକ୍ସ ଲକ୍ଷଣ ଦେଖାଦେଇଛି ।ତାଙ୍କ ସାମ୍ପୁଲ ଟେଷ୍ଟ ପାଇଁ ପୁଣେ ପଠାଯାଇଛି ।
କେରଳର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଲକ୍ଷଣ ଥିବା ବ୍ୟକ୍ତିଙ୍କ ସାମ୍ପୁଲ ନେଇ ଯାଞ୍ଚ ଜାରି ରହିଛି । ପୁଣେରେ ଥିବା ଟେଷ୍ଟିଂ ଲାବକୁ ଟେଷ୍ଟିଂ ପାଇଁ ପଠାଯାଇଛି । ଯେଉଁ ବ୍ୟକ୍ତିଙ୍କ ପାଖରେ ଏହି ଲକ୍ଷଣ ଦେଖାଯାଉଛି ସେ ବିଦେଶୀରୁ ସଂକ୍ରମଣର ଶିକାର ହୋଇ ଦେଶକୁ ଫେରିଛନ୍ତି ।