ଅପରାହ୍ନ ୪ଟାରେ ପଞ୍ଚଭୂତରେ ଲୀନ ହେବେ ସୁଷମା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଆଉ କିଛିସମୟ ପରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ମର ଶରୀର ଦିଲ୍ଲୀ ସ୍ଥିତ ଲୋଧିରୋଡ଼ ନିଆଯିବା ପରେ ସେଠାରେ ତାଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ । ଗତକାଲି ରାତି ପ୍ରାୟ ୧୦.୩୦ ସମୟରେ ସୁଷମାଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା । ଆଜି ସକାଳେ ସୁସମାଙ୍କ ଅନ୍ତିମ ଦର୍ଶନ ପାଇଁ ତାଙ୍କ ମରଶରୀରକୁ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ରଖାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରପତି ରାମନାଥ କୋବିନ୍ଦ,ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ପ୍ରମୁଖ ସୁଷମାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯.୩୦ ସମୟରେ ସୁଷମା ଛାତିରେ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ତୁରନ୍ତ ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଏକ ଦଶକ୍ତରୀ ଦଳ ୭୦ ମିନିଟ୍ ପର୍ଯ୍ୟନ୍ତ ସୁଷମାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ସୁଷମାଙ୍କୁ ବଞ୍ଚାଇବାକୁ ସିପିଆର ଓ ହାର୍ଟ ପମ୍ପ କରିବା ସହ ଶକ୍ ଟ୍ରିଟମେଂଟ କରିଥିଲେ ଡାକ୍ତରୀ ଦଳ ହେଲେ ସମସ୍ତ ଚେଷ୍ଟା ବିଫଳ ହୋଇଥିଲା । ଶେଷରେ ରାତି ୧୦.୫୦ରେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ ସୁଷମା । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା ।

Leave a comment