ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଓ ଡ୍ରଗ୍ସ ମାମଲା: ସିଦ୍ଧାର୍ଥ ପିଠାନୀଙ୍କୁ ମିଳିଲା ଜାମିନ

0

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଓ ଡ୍ରଗ୍ସ ମାମଲାରେ ଆଜି ତାଙ୍କ ରୁମମେଟ ସିଦ୍ଧାର୍ଥ ପିଠାନୀଙ୍କୁ ମିଳିଛି ଜାମିନ । ସୁଶାନ୍ତ ସିଂ କେସରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଗତ ବର୍ଷ ମେ ୨୮ରେ ତାଙ୍କୁ ଗତ ବର୍ଷ ଗିରଫ କରିଥିଲା । ବିଚାରପତି ଭାରତୀ ଡାଙ୍ଗରେ ୫୦,୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡ ରଖି ଏହି ଜାମିନ ପ୍ରଦାନ କରିଛନ୍ତି ।

ପୂର୍ବରୁ ୨ଥର ଜାମିନ ଆବେଦନ କରିଥିଲେ ମଧ୍ୟ ଏହା ଖାରଜ ହୋଇଥିଲା ।

ଏଥର ତାଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ ଯେ, ପିଠାନୀଙ୍କ ବିପକ୍ଷରେ ସେଭଳି କୌଣସି ପ୍ରମାଣ ମିଳି ନାହିଁ ଯାହା ଦ୍ୱାରା ସେ ଦୋଷୀ ସାବ୍ୟସ୍ତ ହେବେ । ଏନସିବିର ସ୍ପେଶାଲ ପ୍ରସିକ୍ୟୁଟର ଶ୍ରୀରାମ ଶିରାସତ କହିଥିଲେ, ତାଙ୍କ ଲ୍ୟାପଟପ ଓ ଫୋନରେ ଭିଡିଓ ଏବଂ ପ୍ରମାଣ ମିଳିଛି । ଏହା ବ୍ୟତୀତ ସୁଶାନ୍ତଙ୍କ ଆକାଂଉଟ ମାଧ୍ୟମରେ ନିଶା ଦ୍ରବ୍ୟ କାରୋବାର ହୋଇଥିଲା ।

Leave a comment