ବିଜେଡି ଯୁବ ସଭାପତି, ସୁଶାନ୍ତଙ୍କୁ ନେଇ ଚର୍ଚ୍ଚା !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶ ଏବଂ ରାଜ୍ୟରେ ବିଭିନ୍ନ ରାଜନୈତିକ ହଟଚମଟ ପରେ ପୁଣି ବିଭିନ୍ନ ଦଳୀୟ ରାଜନୀତି ନେଇ ଚର୍ଚ୍ଚା ଲାଗିରହିଛି । ଆଗକୁ ପୌର ନିର୍ବାଚନ ରହିଛି । ବିଜେଡି ମଧ୍ୟ ବଜେପି ଠାରୁ କଡା ଟକ୍କର ପଇବା ପରେ ନିଜ ସଙ୍ଗଠନ ସୁଧାରିବାରେ ଲାଗିଛି । ସେହି କ୍ରମରେ ଛାମୁଆ ସଙ୍ଗଠନ ଯୁବ, ଛାତ୍ର ଏବଂ ମହିଳା ଙ୍କ ସଙ୍ଗଠନରେ ପରିବର୍ତନର ଆଭାସ ମିଳିଲାଣି । ଗତକାଲି ଜିଲ୍ଲା ଯୋଜନା କମିଟିରେ ୧୨ଜଣ ବିଧାୟକଙ୍କୁ ଥଇଥାନ କରାଯାଇଛି । ଏବେ ବାକି ରହିଛି ଦଳୀୟ ସଙ୍ଗଠନ । ଦଳୀୟ ସଙ୍ଗଠନ ର ପର୍ବ ଆଜିଠାରୁ ଆରମ୍ଭ ହେବାରେ ଲାଗିଛି । ଏହି କ୍ରମରେ ଦେଖିଲେ ଦଳ ସର୍ବାଧିକ ଗୁରୁତ୍ୱ ଯୁବ, ମହିଳା ଏବଂ ଛାତ୍ରଙ୍କୁ ଦେଉଛି । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଗୋଟିଏ ଦୁଇଟି ନାମ ଉପରେ ପ୍ରାୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହମତି ଥିବା ସୂଚନା ମିଳିଛି । ସର୍ବାଧିକ ପସନ୍ଦ ଉତ୍ତର ବିଧାୟକ ସୁଶାନ୍ତ ରାଉତ ଏବଂ ଏହା ପରେ ଚନ୍ଦ୍ର ସାରଥୀ ବେହେରାଙ୍କ ନାଁ । ଏହା ପୂର୍ବରୁ ବ୍ୟୋମକେଶ ରାୟ ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ବ୍ୟୋମକେଶଙ୍କୁ ଗତକାଲି ଭଦ୍ରକ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ କରିଦିଆଯାଇଛି । ବ୍ୟୋମକେଶ ଭଦ୍ରକ ରାଜନୀତିରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନେବେ । ତେଣୁକରୀ ତାଙ୍କୁ ଭଦ୍ରକରେ ରଖାଯାଇ ବିଜେଡି ସଙ୍ଗଠନକୁ ମଜଭୁତ କରିବା ଦାୟିତ୍ବ ତାଙ୍କୁ ଦିଆଯାଇଛି । ସେହିପରି ସୁଶାନ୍ତ ଓ ଚନ୍ଦ୍ରସରଥୀ ଉଭୟ କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀର ନୁହଁନ୍ତି । ଉଭଙ୍କର ବିଜେଡି ଛାମୁଆ ନେତାଙ୍କ ସହ ଭଲ ସମ୍ପର୍କ ରହିଛି । ଏବଂ ସଂଗଠକ ଭାବେ ଉଭୟ ହେଲେ ନୂଆ ଚେହେରା ।

ସୂଚନା ଅନୁଯାୟୀ, ପାଟକୁରା ନିର୍ବାଚନ ପରେ ବିଜେଡି ଥଇଥାନ ପ୍ରକ୍ରିୟା ଆରମ୍ଭ କରି ଦେଲାଣି । ଗତକାଲି ଶାସକ ଦଳ ପକ୍ଷରୁ ୩୦ଟି ଜିଲ୍ଲା ପାଇଁ ଯୋଜନା କମିଟି ଦାୟିତ୍ବ ଦିଆଯାଇଥିବା ବ୍ୟକ୍ତିଙ୍କ ନାମ ଘୋଷଣା କରାଯାଇଛି । ଏହା ପରେ ସମସ୍ତଙ୍କ ନଜର ଛାତ୍ର ଓ ଯୁବ ସଭାପତିଙ୍କ ଉପରେ ଅଟକିଛି । ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କ ନା ଯୁବ ସଭାପତି ଭାବେ ଚର୍ଚ୍ଚା ଜୋର ଧରିଥିବା ବେଳେ ଗତକାଲି ତାଙ୍କ ନା ଭଦ୍ରକ ଯୋଜନ କମିଟି ଅଧ୍ୟକ୍ଷ ଭାବେ ଘୋଷଣା ହେବା ପରେ ସେ ଏ ଦୌଡ଼ରୁ ବାଦ ପଡିଥିବା ବିଜେଡି ଦଳ ମଧ୍ୟରେ ଚର୍ଚ୍ଚା ଚାଲିଛି । ବ୍ୟୋମକେଶଙ୍କ ପରେ ସୁଶାନ୍ତ ରାଉତ ଓ ଚନ୍ଦ୍ରସରଥୀଙ୍କ ନାଁ ଯୁବସଭାପତି ଭାବେ ତାଲିକାରେ ଅଛି । ଉତ୍ତର ବିଧାୟକ ସୁଶାନ୍ତ ରାଉତ ଭୁବନେଶ୍ୱରର ବାସିନ୍ଦା ଓ ଉପକୂଳ ଓଡିଶାରେ ତାଙ୍କର ଲୋକପ୍ରିୟତା ଅଛି ଏବଂ ସେ ପ୍ରଥମ ଥର ପାଇଁ ବିଧାୟକ ହୋଇଛନ୍ତି । ନୂଆ ମୁହଁ ନୂଆ ଚେହେରା ହେଉଛନ୍ତି ଉତ୍ତର ବିଧାୟକ ସୁଶାନ୍ତ । ଅନ୍ୟ ନେତାମାନେ କୌଣସି ଗୋଷ୍ଠି ସହ ସଂଶ୍ଳିଷ୍ଟ ଅଛନ୍ତି ମାତ୍ର ସୁଶାନ୍ତ କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠିର ନୁହନ୍ତି । ତାଙ୍କର ସମସ୍ତଙ୍କ ସହ ଉତ୍ତମ ସମ୍ପର୍କ ରହିଛି । ତେଣୁ ଉତ୍ତର ବିଧାୟକ ସୁଶାନ୍ତ ଯୁବ ସଭାପତି ହେବା ସମ୍ଭାବନା ସର୍ବାଧିକ ।

Leave a comment