ରେଳମନ୍ତ୍ରୀଙ୍କୁ ଭେଟି ସୁରେଶ ପୂଜାରୀ ଦେଲେ ଦାବିପତ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଝାରସୁଗୁଡାରେ ରେଳ ଡିଭିଜନ ଦାବି ଦୋହରାଇଲେ ସାଂସଦ ସୁରେଶ ପୂଜାରୀ। ନୂତନ ରେଳ ଡିଭିଜନ ପାଇଁ ସବୁ ପ୍ରକାର ସୁବିଧା ରହିଥିବା ବେଳେ ରେକର୍ଡ ରାଜସ୍ବ ଏହି ଜିଲ୍ଲାରୁ ଆଦାୟ ହେଉଛି । ଜିଲ୍ଲାର ପ୍ରମୂଖ ରେଳ ଷ୍ଟେସନ ଗୁଡିକ ୩ଟି ପୃଥକ ପୃଥକ ଜୋନରେ ଅନ୍ତର୍ଭୂକ୍ତ ଥିବାରୁ ତାକୁ ଇଷ୍ଟ କୋଷ୍ଟ ଜୋନରେ ଅନ୍ତର୍ଭୁକ୍ତ କରି ଏକ ନୂତନ ରେଳ ଡିଭିଜନର ମାନ୍ୟତା ଦେବାକୁ ଦାବି କରି ସାଂସଦ ଶ୍ରୀଯୁକ୍ତ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ବିଜେପିର ବିଧାୟକ ପ୍ରାର୍ଥି ଦିନେସ ଜୈନ, ସାଂସଦ ପ୍ରତିନିଧି ରଘୁ ନନ୍ଦନ ପଣ୍ଡା, ରେଳ ଭବନ ଠାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷlତ କରି ଝାରସୁଗୁଡା, ବ୍ରଜରାଜନଗର, ବେଳପlହlଡ଼, ଓ ବାଗଡ଼ିହି ଆଦି ଅଂଚଳର ବିଭିନ୍ନ ରେଳ ସମସ୍ୟାକୁ ନେଇ ଏକ ଦାବି ପତ୍ର ପ୍ରଦାନ କରିଥିଲେ ।

ଝାରସୁଗୁଡାରେ ରେଳ ଡିଭିଜନର ସ୍ଥାପନା, ଝାରସୁଗୁଡା ତଥା ଆଖପାଖ ଷ୍ଟେସନକୁ ଇଷ୍ଟ କୋଷ୍ଟ ଜୋନରେ ସାମିଲ କରିବା, ଝାରସୁଗୁଡା ଚୌକିପଡାର ଓଭର ବ୍ରିଜର ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା, ଝାରସୁଗୁଡା ଟାଉନରୁ ଝାରସୁଗୁଡା ରୋଡ ଷ୍ଟେସନକୁ ଯିବା ପାଇଁ ସିଧାସଳଖ ରେଲୱେ କ୍ରସିଂ ବିହୀନ ରାସ୍ତାର ବ୍ୟବସ୍ଥା କରିବା ପାଇଁ ଏହି ଦାବିପତ୍ରରେ ସେ ଜଣାଇଛନ୍ତି ।

ଏଥିସହିତ ଝାରସୁଗୁଡା ରେଲୱେ କଲୋନୀରେ କଲ୍ୟାଣ ମଣ୍ଡପ ତଥା ଷ୍ଟାଡିଅମର ନିର୍ମାଣ, ବେଳପlହlଡ଼ ଫାଟକର ରୋଡ, ଓଭର ବ୍ରିଜ କାମ ତୁରନ୍ତ ଆରମ୍ଭ କରିବା, ବ୍ରଜରାଜନଗର, ବେଳପlହlଡ ଓ ବାଗଡ଼ିହି ଷ୍ଟେସନରେ କୋଭିଡ୍‌ ପୂର୍ବରୁ ଅଟକୁ ଥିବା ତଥା ବର୍ତ୍ତମାନ ସ୍ୱତନ୍ତ୍ର ଟ୍ରେନରେ ଚାଲୁଥିବା ସମସ୍ତ ଟ୍ରେନର ରହଣି କରିବାକୁ ସେ ଦାବି କରିଛନ୍ତି ।

ଅଗ୍ରୀଆ ବାଗଡ଼ିହି ସମେତ ଝାରସୁଗୁଡ଼ା ଓ ବାଗଡ଼ିହି ମଧ୍ୟରେ ସମସ୍ତ ଲେବେଲ୍ କ୍ରସିଙ୍ଗ୍‌ ଉପରେ ଆରଓବିର ନିର୍ମାଣ, ବାଳଜୁରୀ ରେଲୱେ ଫାଟକ ଉପରେ ଓଭର ବ୍ରିଜ୍‌ ନିର୍ମାଣ କରିବାପାଇଁ ଦାବି ଉପସ୍ଥାପନ କରା ଯାଇଛି ।

Leave a comment
<p>You cannot copy content of this page</p>