ସୁରେନ୍ଦ୍ର ସାଏ ୨୧୩ତମ ଓ ନେତାଜୀଙ୍କ ୧୨୫ତମ ଜୟନ୍ତୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ବାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଆଜି ୨୧୩ ତମ ଜନ୍ମଜୟନ୍ତୀ । ୧୮୦୯ ମସିହା ଆଜିର ଦିନରେ ସମ୍ବଲପୁର ଜିଲ୍ଲାର ଖିଣ୍ଡା ଗ୍ରାମର ଜନ୍ମଗ୍ରହଣ କରିଥିଲେ. ସୁରେନ୍ଦ୍ର ସାଏ ୨୮ ଫେବୃଆରୀ ୧୮୮୪ ମସିହାରେ ମଧ୍ୟପ୍ରଦେଶର ଆସିରଗଡ ଜେଲରେ ବନ୍ଦୀ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ।
ଅପରପକ୍ଷରେ ଦିଲ୍ଲୀ ଇଣ୍ଡିଆ ଗେଟରେ ଆଜି ସ୍ଥାପନ ହେବ ସୁଭାଷ ଚନ୍ଦ୍ର ବୋଷଙ୍କ ହୋଲଗ୍ରାମ ପ୍ରତିମୂର୍ତ୍ତି । ନେତାଜୀଙ୍କ ୧୨୫ ତମ ଜୟନ୍ତୀ ଅବସରରେ ପ୍ରତିମୂର୍ତ୍ତି ସ୍ଥାପନ ହେବା ନେଇ ଟ୍ବିଟ୍ କରି ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ହୋଲଗ୍ରାମ ଷ୍ଟାଚ୍ୟୁ ଆଜି ଅନାବରଣ ହେବ। ଇଣ୍ଡିଆ ଗେଟରେ ଦୀର୍ଘ ବର୍ଷ ଧରି ଜଳି ଆସୁଥିବା ଅମର ଯବାନ ଜ୍ୟୋତିକୁ ବିଲୟ କରାଯାଇ ଜାତୀୟ ଯୁଦ୍ଧ ସ୍ମାରକରେ ରଖାଯାଇଛି । ତେବେ ଇଣ୍ଡିଆ ଗେଟ୍ ରେ ଆଜିଠୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହେବ ।