ଲାଇନ କାଟିଲେ ହେବ ଆନ୍ଦୋଳନ : ସୁର
ଓଡିଶା ଫାଷ୍ଟ(ବ୍ୟୁରୋ): ୧୬ରୁ ବକେୟା ଖିଲାପୀଙ୍କ ବିଦ୍ୟୁତ୍ କାଟ୍ ନେଇ ସେସୁର ଘୋଷଣା ପ୍ରସଙ୍ଗରେ ଆଜି କଡା ଚେତାବନୀ ଦେଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। ମୁଣ୍ଡ ଉପରେ ରହିଛି ପିଲାଙ୍କ ମାଟ୍ରିକ୍ ପରୀକ୍ଷା। ଏହି ସମୟରେ ବିଦ୍ୟୁତ୍ କାଟ ହେଲେ ପିଲାମାନଙ୍କ ପଢାପଢିରେ ଅସୁବିଧା ହେବ। ଏନେଇ ଚିନ୍ତା ପ୍ରକଟ କରି କଡା ଚେତାବନୀ ଦେଇଛନ୍ତି ସୁର। ଯଦି ଗରିବ ଲୋକଙ୍କ ଲାଇନ୍ କାଟିବେ ତେବେ କଂଗ୍ରେସ ରାସ୍ତାକୁ ଓହ୍ଲାଇବ। ଏହା ସହ ଗରିବ ଲୋକଙ୍କ ଲାଇନ୍ କାଟିଲେ ଆନ୍ଦୋଳନ ଜୋରଦାର ହେବ ବୋଲି କଡା ଶବ୍ଦରେ କହିଲେ ସୁର । କଂଗ୍ରେସ ଆନ୍ଦୋଳନ କରିବ, ଗାଁକୁ ପୁରାଇ ଦିଆଯିବ ନାହିଁ। ମୁଣ୍ଡ ଉପରେ ରହିଛି ପିଲାଙ୍କ ମାଟ୍ରିକ୍ ପରୀକ୍ଷା। ଆହୁରି ଛଅ ଦିନ ବାକି ରହିଛି ନିଷ୍ପତ୍ତି ବଦଳାଅ ବୋଲି ସୁର କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ସାଧାରଣ ଖାଉଟିଙ୍କ ଉପରେ ୨ହଜାର କୋଟି ଟଙ୍କାର ବିଦ୍ୟୁତ ବିଲ ବାକି ପଡ଼ିଛି । ବକେୟା ବିଲରୁ ୯୨ ପ୍ରତିଶତ ଘରୋଇ ଉପଭୋକ୍ତାଙ୍କ ଉପରେ ବାକି ରହିଛି । ଅର୍ଥାତ ଘରୋଇ ଉପଭୋକ୍ତାଙ୍କ ଉପରେ ୧୦୨୩ କୋଟି ଟଙ୍କା ବାକି ରହିଛି । ସମୁଦାୟ ବିଦ୍ୟୁତ ବିଲ ବକେୟାରୁ ୨୦୯ କୋଟି ଉପରେ ଆପତ୍ତି ଅଭିଯୋଗ ହୋଇଛି । ଆପତ୍ତି ଅଭିଯୋଗ ଥିବା ବିଲ ମଧ୍ୟରୁ ୧୦୮ କୋଟି ଶିଳ୍ପସଂସ୍ଥା ବିଲ ବାକି ପଡ଼ିଛି । ସେହିପରି ଘରୋଇ ଘରୋଇ ଗ୍ରାହକଙ୍କ ପାଖରେ ୧ହଜାର ୨୩କୋଟି ଟଙ୍କା ବିଦ୍ୟୁତ ବିଲ ବାକି ରହିଛି । ଏକ ଲକ୍ଷ ୪ହଜାର ଲୋକ ୨ବର୍ଷ ହେଲା କୈାଣସି ବିଲ ଦେଇ ନାହାଁନ୍ତି । ତେଣୁ ଏହି ବକେୟ ପଡ଼ିଥିବା ବିଦ୍ୟୁତ ବିଲ ଆଦାୟ ପାଇଁ ଏକ ସ୍ପେଶାଲ ଡ୍ରାଇଭ ଆରମ୍ଭ କରାଯିବ । ସେସୁର ଆର୍ଥିକସ୍ଥିତି ବର୍ତ୍ତମାନ ଭଲ ନାହିଁ । ତେଣୁ ଲୋକଙ୍କୁ ଗୁଣାତ୍ମକମାନଯୁକ୍ତ ବିଦ୍ୟୁତ ଦେବାକୁ ଆମକୁ ଅର୍ଥ ଦରକାର । ବକେୟା ବିଦ୍ୟୁତ ବିଲ ନେଇ ଖାଉଟିଙ୍କ ପାଖକୁ ମେସେଜ ଯିବ । ଯେଉଁମାନେ ବିଦ୍ୟୁତ ବିଲ ଭରି ନାହାଁନ୍ତି ସେମାନଙ୍କ ପାଇଁ ଜାନୁଆରୀ ୧୫ ଯାଏଁ ମହଲତ ଦିଆଯାଇଛି । ସବୁ ପରେ ବି ଯଦି ଉପଭୋକ୍ତା ବିଦ୍ୟୁତ ବିଲ ପୈଠ ନ କରିବେ ତେବେ ଜାନୁଆରୀ ୧୬ରୁ ଲାଇନ କଟିବ ବୋଲି ସେସୁ ସିଇଓ ଅରୁଣ ବୋଥ୍ରା ସୂଚନା ଦେଇଥିଲେ ।
ଏତଦ୍ ଦ୍ଵାରା ୧୧,୩୯୭ ଗାଁରେ ଲାଇନ କଟିବ ବୋଲି ଜଣା ପଡିଛି । ଜାନୁଆରୀ ୧୬ରୁ ସେସୁ ବିଦ୍ୟୁତ ବିଚ୍ଛିନ୍ନ କାମ ଆରମ୍ଭ କରିବ । ଏଯାବତ ବକେୟା ରଖିଥିବା ୭ଲକ୍ଷ ଗ୍ରାହକଙ୍କ ମଧ୍ୟରୁ ୧.୧୦ ଲକ୍ଷ ଗ୍ରାହକ ପୈଠ କରିଛନ୍ତି । ବକେୟା ଥିବା ୧୯୭୧ କୋଟିରୁ ମାତ୍ର ୨୧ କୋଟି ଟଙ୍କା ଆଦାୟ ହୋଇଛି । ବିଦ୍ୟୁତ କାଟିବାକୁ ୧୧, ୩୯୭ ଗାଁକୁ ଚିହ୍ନଟ କରାଯାଇଛି । ବିଦ୍ୟୁତ କାଟିବାକୁ ୪୧୩ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ଼ କରାଯାଇଛି । ଜାନୁଆରୀ ୧୫ ଯାଏଁ ସମୟ ଦିଆଯାଇଛି । ବକେୟା ପୈଠ ନ କରିଲେ ନିଶ୍ଚିତ ଭାବେ ବିଦ୍ୟୁତ କଟାଯିବ । ବିଦ୍ୟୁତ ବିଲ ବକେୟା ରଖିଥିବା ସରକାରୀ, ଘରୋଇ ଗ୍ରାହକଙ୍କୁ ନୋଟିସ ହୋଇଛି । ୫୯୬୫ ସରକାରୀ ଅନୁଷ୍ଠାନ ବକେୟା ରଖିଛନ୍ତି । ସରକାରୀ ଅନୁଷ୍ଠାନ ଉପରେ ୬୪ କୋଟି ୩୬ ଲକ୍ଷ ବାକି ରହିଛି । ସରକାର ପ୍ରତିଶ୍ରୁତି ଦେଇଛନ୍ତି ସରକାରୀ ବକେୟା ମାର୍ଚ୍ଚ ସୁଦ୍ଧା ପୈଠ କରିବେ ।