କୋଭିଡ୍-୧୯ ରୋଗୀମାନଙ୍କ ପ୍ରତି ପଶୁଠାରୁ ହୀନ ବ୍ୟବହାର କରାଯାଉଛି : ସୁପ୍ରିମ୍ କ‌ୋର୍ଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ରୋଗୀଙ୍କୁ ଅଣଦେଖା କରାଯାଉଛି। ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସୁପ୍ରିମ୍କ‌ୋର୍ଟ । କୋଭିଡ୍-୧୯ ରୋଗୀମାନଙ୍କୁ ଦିଆଯାଉଥିବା ଚିକିତ୍ସା ଏବଂ ସମଗ୍ର ଦେଶର ଡାକ୍ତରଖାନାମାନଙ୍କରେ ପଡୁଥିବା ସେମାନଙ୍କ ଶବ ବିଷୟରେ ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟ ଦୃଢ଼ ମତ ପୋଷଣ କରିଛନ୍ତି। କୋଭିଡ୍-୧୯ ରୋଗୀମାନେ ଶୋଚନୀୟ ପରିବେଶ ଏବଂ ପଶୁଠାରୁ ହୀନ ଦୁର୍ଦ୍ଦଶା ଭୋଗୁଛନ୍ତି ବୋଲି ସୁପ୍ରିମ୍ କ‌ୋର୍ଟ କହିଛନ୍ତି।

ଏ ସଂକ୍ରାନ୍ତରେ ଗଣମାଧ୍ୟମ ରିପୋର୍ଟରୁ ଅବଗତ ହେବା ପରେ, ସୁପ୍ରିମ୍ କୋର୍ଟଙ୍କ ତିନି ବିଚାରପତିବିଶିଷ୍ଟ ଖଣ୍ଡପୀଠ ଡାକ୍ତରଖାନାମାନଙ୍କର ପରିସ୍ଥିତି ସଂକ୍ରାନ୍ତରେ ଦିଲ୍ଲୀ, ମହାରାଷ୍ଟ୍ର, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ଆଦି ଚାରିଟି ଦେଶରୁ ସବିସ୍ତାର ଷ୍ଟାଟସ୍ ରିପୋର୍ଟ ତଲବ କରିଛନ୍ତି।

ବିଚାରପତି ଅଶୋକ ଭୂଷଣଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ମନ୍ତବ୍ୟ ଦେଲେ କି, କୋଭିଡ୍-୧୯ ରୋଗୀମାନେ ପଶୁଠାରୁ ହୀନ ବ୍ୟବହାର ପାଉଛନ୍ତି। ଗୋଟିଏ ଘଟଣାରେ ଶବଟିଏ ଆବର୍ଜନା ଗଦାରୁ ମିଳିଛି।

ଡାକ୍ତରଖାନାର ପରିସ୍ଥିତି ଏବଂ କୋଭିଡ୍-୧୯ ନମୁନା ପରୀକ୍ଷଣ ହ୍ରାସ ଯୋଗୁଁ ଖଣ୍ଡପୀଠ ଦିଲ୍ଲୀ ରାଜ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି। ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି ଯେ, ସରକାରୀ ଡାକ୍ତରଖାନାରେ ବହୁସଂଖ୍ୟକ ଶଯ୍ୟା ଖାଲି ଥିବାବେଳେ ରୋଗୀମାନେ ଭର୍ତ୍ତି ହେବା ପାଇଁ ନାନାଦି ହଇରାଣ ହେଉଛନ୍ତି।

Leave a comment