ରାଜରାସ୍ତାକୁ ଓହ୍ଲାଇଲେ ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକ; ସଂସଦ ଓ ସୁପ୍ରିମକୋର୍ଟରେ କଲେ ଭଙ୍ଗାରୁଜା

0

ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କ ସମର୍ଥକମାନେ ପୁଣି ଥରେ ରାଜଧାନୀ ବ୍ରାସିଲିଆରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ଗତ ସପ୍ତାହରେ, ବିକ୍ଷୋଭକାରୀମାନେ ପୋଲିସ୍ ବ୍ୟାରିକେଡ୍ ଭାଙ୍ଗି କଂଗ୍ରେସ (ସଂସଦ ଭବନ), ରାଷ୍ଟ୍ରପତି ଭବନ ଏବଂ ସୁପ୍ରିମକୋର୍ଟରେ ପ୍ରବେଶ କରିଥିଲେ।

ଏମତି ଏକ ଘଟଣା ୨୦୨୧ରେ ଆମେରିକାର ଘଟିଥିଲା। ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ଜାନୁଆରୀ ୬ରେ ଆମେରିକାର କ୍ୟାପିଟାଲ ଉପରେ ଆକ୍ରମଣ କରିଥିଲେ ଯେଉଁଥିରେ ଅନେକ କର୍ମଚାରୀ ପ୍ରାଣ ହରାଇଥିଲେ।

ବିକ୍ଷୋଭ ବେଳର କିଛି ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦଙ୍ଗାକାରୀମାନେ କଂଗ୍ରେସ ଭବନରେ ପ୍ରବେଶ କରିବା ବେଳେ କବାଟ ଓ ଝରକା ଭାଙ୍ଗିବା ସହିତ ଭିତରେ ଥିବା ସବୁ ଆସବାପତ୍ରକୁ ଫୋପଡ଼ା ଫିଙ୍ଗା କରିଛନ୍ତି। ଭିଡିଓରେ ଦେଖାଯାଉଛି ଯେ ଏକକାଳୀନ ସଂଖ୍ୟାଧିକ ଲୋକ ଭିତରକୁ ପସିଆସି କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା କରି‌ଥିଲେ। ଏମିତିକି ପ୍ରଦର୍ଶନରେ ବ୍ୟବହୃତ ବ୍ୟାନର ଟଙ୍ଗାଇବାକୁ ପ୍ରୟାସ କରିଥିଲେ।

ତେବେ ଦଙ୍ଗାକାରୀଙ୍କୁ ଜାତୀୟ କଂଗ୍ରେସ, ପ୍ଲାନାଲ୍ଟୋ ପ୍ୟାଲେସ ଏବଂ ସୁପ୍ରିମକୋର୍ଟ ଭିତରକୁ ପ୍ରବେଶ କରିବାରେ ରୋକିବା ପାଇଁ ପୋଲିସ ବ୍ରାସିଲିଆର ଥ୍ରୀ ପାୱାର ସ୍କୋୟାରର ଚାରିପାଖରେ ଏକ ସୁରକ୍ଷା କର୍ଡନ ସ୍ଥାପନ କରିଥିଲା। ତଥାପି ବିକ୍ଷୋଭକାରୀ ମାନେ ଏହାକୁ ଖାତିର୍‌ ନକରି ପ୍ରଦର୍ଶନ ଜାରି ରଖିଥିଲେ। ପ୍ରଦର୍ଶନର ମାତ୍ରା ଏତେ ଅଧିକ ଥିଲା ଯେ, ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ପରେ ବି ଅଟକିନଥିଲେ ପ୍ରଦର୍ଶନକାରୀ।

ସୂଚନାଥାଉକି, ଅକ୍ଟୋବର ୩୦ରେ ଅନୁଷ୍ଠିତ ପୁନ-ନିର୍ବାଚନରେ ​​ବୋଲସନାରୋ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଡି ସିଲଭାଙ୍କ ଠାରୁ ପରାସ୍ତ ହୋଇଥିଲେ। ଏହା ପରେ ତାଙ୍କର ଅନେକ ସମର୍ଥକ ଦେଶବ୍ୟାପୀ ସାମରିକ ସୀମା ବାହାରେ ଏକାଠି ହୋଇଥିଲେ ଏବଂ ନିର୍ବାଚନ ଫଳାଫଳ ଗ୍ରହଣ କରିବାକୁ ମନା କରିଦେଇଥିଲେ। ପରବର୍ତ୍ତୀ ସମୟରେ ବାମପନ୍ଥୀ ନେତା ଲୁଇଜ ଇନାସିଓ ଲୁଲା, ଦେ ସିଲଭା ବ୍ରାଜିଲର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ସେ ତୃତୀୟ ଥର ପାଇଁ ବ୍ରାଜିଲୀୟ ହୋଇଥିଲେ। ବ୍ରାଜିଲର ରାଷ୍ଟ୍ରପତି ନିର୍ବାଚନରେ ​​ବାମପନ୍ଥୀ ନେତା ଲୁଇଜ୍ ଇନାସିଓ ଲୁଲା ଦେ ସିଲଭା, ଜାୟର ବୋଲସନାରୋଙ୍କୁ ପରାଜିତ କରି ବ୍ରାଜିଲର ରାଷ୍ଟ୍ରପତି ହୋଇଥିଲେ। ତାଙ୍କ ସମର୍ଥକମାନେ ମଧ୍ୟ ଲୁଲାକୁ ବିରୋଧ କରୁଥିବାବେଳେ ବୋଲସନାରୋ ଦୀର୍ଘ ଦିନ ଧରି ତାଙ୍କ ପରାଜୟକୁ ଗ୍ରହଣ କରିନଥିଲେ।

ସୂଚନାଯାଗ୍ୟ ଯେ, ବ୍ରାଜିଲର ରାଷ୍ଟ୍ରପତି ଭବନ, ସଂସଦ ଏବଂ ସୁପ୍ରିମକୋର୍ଟରେ ହୋଇଥିବା ଆକ୍ରମଣକୁ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ନିନ୍ଦା କରିଛନ୍ତି। ଗଣତାନ୍ତ୍ରିକ ଅନୁଷ୍ଠାନ ଉପରେ ଆକ୍ରମଣ କରିବା ପାଇଁ ହିଂସାର ବାଟକୁ ବାଛିବା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ସେପଟେ ରାଷ୍ଟ୍ରପତି ଜୋ ବାଇଡେନ, ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କ ସମର୍ଥକମାନେ ଦେଶର କଂଗ୍ରେସ, ରାଷ୍ଟ୍ରପତି ଭବନ ଏବଂ ସୁପ୍ରିମକୋର୍ଟରେ ଆକ୍ରମଣ କରିବା ପରେ ବ୍ରାଜିଲରେ ଗଣତନ୍ତ୍ର ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି। ଏକ ଟୁଇଟ୍‌ରେ ବାଇଡେନ ତିବ୍ର ସମାଲୋଚନା କରି କହିଛନ୍ତି ଯେ, ବ୍ରାଜିଲର ଗଣତାନ୍ତ୍ରିକ ଅନୁଷ୍ଠାନଗୁଡିକ ଉପରେ ଆମେରିକାର ସମ୍ପୂର୍ଣ୍ଣ ସମର୍ଥନ ରହିଛି।

Leave a comment