ଆସନ୍ତା ୩୦ଯାଏଁ ରାଜ୍ୟରେ ବଢ଼ିବ ତାତି, ଅଂଶୁଘାତରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ହେଉଛି ଅଗ୍ନିବର୍ଷା । ଏହି ଅଗ୍ନିବର୍ଷା ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ଜାରୀରହିବ ବୋଲି ରାଜ୍ୟ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବାତ୍ୟା ଫନିରେ ଉପକୂଳ ଜିଲ୍ଲା ଗୁଡିକର ବୃକ୍ଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ସହ ପବନ ବେଗ କମିଯିବାରୁ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ଏନେଇ ସରକାରଙ୍କ ତରଫରୁ ସତର୍କ ସୂଚନା ଜାରି କରାଯାଇଥିଲା କି ଆବଶ୍ୟକ ନଥିଲେ ଦିନ ୧୧ ରୁ ୩ଟା ମଧ୍ୟରେ ଘରୁ ବାହାରକୁ ନଯିବା ପାଇଁ ।

ସୂଚନା ଅନୁଯାୟୀ, ଅଂଶୁଘାତରେ ରାଜ୍ୟରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ବଡ଼ଟୀକା ଗାଁର ଦେବାନନ୍ଦ ସାହୁ, କେନ୍ଦୁଝର ଜିଲ୍ଲାର ଘସିପୁରା ଥାନା ବେଲବାହାଳି ଗ୍ରାମର ଧରଣୀଧର ସାହୁ ଓ ଜେନାପୁର ଥାନା ରାଇଛନ୍ଦା ପଞ୍ଚାୟତ ଅନ୍ତର୍ଗତ ତୋଟାସାହି ଗ୍ରାମର ବିଦ୍ୟାଧର ମଲ୍ଲ, ନୂଆପଡ଼ା ଜିଲ୍ଲା କୋମନା ବ୍ଲକର ଭୂର୍ଖାଢ଼ୋଡ଼ା ଗ୍ରାମର ଶୋଭା ସିଂ ମାଝି, ବୌଦ୍ଧ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ଗ୍ରାମର ଶମ୍ଭୁ ଦେହୁରୀ ଓ ବ୍ରାହ୍ମଣୀପାଲି ପଞ୍ଚାୟତ ତରଭା ଗ୍ରାମର ରବୀନ୍ଦ୍ର ପେରା, ସେହିପରି ବ୍ରହ୍ମଗିରି ବ୍ଲକ ଘଟକୁଳିର ସୁରେନ୍ଦ୍ର ରଣସିଂହ (୭୦) ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ସମୟରେ ବଡ଼ଦାଣ୍ଡରେ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

Leave a comment