ଉଦାରତାକୁ ନେଇ ରାଜନୀତି: ଉଦ୍ଧବ ଠାକରେଙ୍କୁ ଭେଟିଲେ ସୋନୁ ସୁଦ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସାରା ଦେଶରେ ଚର୍ଚ୍ଚାରେ ଥିବା ସୋନୁ ସୁଦଙ୍କୁ ନେଇ ବର୍ତ୍ତମାନ ରାଜନୀତି ଆରମ୍ଭ ହେବାକୁ ଲାଗିଲାଣି । ବିଭିନ୍ନ ରାଜ୍ୟରେ ଫସି ରହିଥିବା ଗରିବ ପ୍ରବାସୀ ଶ୍ରମିକମାନଙ୍କୁ ଉଦ୍ଧାର କରି ନିଜନିଜ ରାଜ୍ୟକୁ ପଠାଇବାପରେ ସାରା ଦେଶରେ ଚର୍ଚ୍ଚାର କାରଣ ପାଲଟିଯାଇଥିବା ସୋନୁଙ୍କୁ ଚାରିଆଡୁ ପ୍ରଶଂସା ମିଳୁଥିବାବେଳେ ରବିବାର ଦିନ ସାମ୍ନାରେ ସମ୍ପାଦକୀୟରେ ସୋନୁ ସୁଦଙ୍କୁ ଟାର୍ଗେଟ କରିଥିଲେ ଶିବସେନା ନେତା ସଞ୍ଜୟ ରାୱାତ।
ଏହାପରେ ଏହି ଖବରକୁ ନେଇ ଗତକାଲି ଦିନସାରା ରାଜନୀତି ଜୋର ଧରିଥିବାବେଳେ ଏହି ଘଟଣାକୁ ପ୍ରଶମିତ କରିବା ପାଇଁ ଗତକାଲି ରାତିରେ ନିଜ ପକ୍ଷରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଉଦ୍ଧବ ଠାକରେଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ସୋନୁ ସୁଦ୍ । ସନ୍ଧ୍ୟାରେ ସୋନୁ ସୁଦ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମାତୋଶ୍ରୀ ବାସଭବନରେ ମନ୍ତ୍ରୀ ଅସଲମ ଶେଖଙ୍କ ସହିତ ସାକ୍ଷାତ କରିବାକୁ ଆସିଥିଲେ।
ସକାଳେ ସାମ୍ନାରେ ସମ୍ପାଦକୀୟରେ ସଞ୍ଜୟ ରାଉତ, ସୋନୁ ସୁଦଙ୍କୁ ଘେରିଥିବାବେଳେ, ରାତିରେ ସୋନୁ ସୁଦ ଆଦିତ୍ୟ ଠାକରେଙ୍କ ସହ ଉଦ୍ଧବ ଠାକରେଙ୍କ ଫଟୋ ସମ୍ମୁଖକୁ ଆସିବାପରେ ବର୍ତ୍ତମାନ ସମଗ୍ର ବିବାଦ ମଧ୍ୟ ସମାନ ଭାବରେ ଶେଷହୋଇଛି ବୋଲି ଆଶା କରାଯାଉଛି। ଗତକାଲି ସାମ୍ନାର ସମ୍ପାଦକୀୟରେ ସଞ୍ଜୟ ରାୱାତ ସୋନୁ ସୁଦଙ୍କ ବିଷୟରେ ଅନେକ ପ୍ରଶ୍ନ ଉଠାଇଥିଲେ । ହେଲେ ଯେତେବେଳେ ଏହି ମାମଲା ବଢିଥିଲା ଏହାପରେ ଖବର ଆସିଥିଲା ଯେ ସୋନୁ ସୁଦ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମନ୍ତ୍ରୀ ଅସଲମ ଶେଖଙ୍କ ସହିତ ସାକ୍ଷାତ କରିବାକୁ ଯାଉଛନ୍ତି। ଯେତେବେଳେ ସୋନୁ ସୁଦ୍ ଉଦ୍ଧବ ଠାକରେଙ୍କ ଘରେ ପହଞ୍ଚିଥିଲେ ସେତେବେଳେ ଆଦିତ୍ୟ ଠାକରେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।
ବୈଠକ ପରେ ସମସ୍ତେ ଏକାଠି ଏକ ଫଟୋ ମଧ୍ୟ ଉଠାଇଥିଲେ । ଏହା ପରେ ସୋନୁ ସୁଦ ଅସଲମ ଶେଖଙ୍କ ସହ ତାଙ୍କ ଘରକୁ ଫେରିଆସିଥିଲେ । ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ ଆଲୋଚନା ସମୟରେ ସୋନୁ ସୁଦ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ତାଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ପ୍ରବାସୀ ଶ୍ରମିକଙ୍କ ପାଇଁ ତାଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଭାବରେ ବୁଝାଇଥିଲେ । ଉଦ୍ଧବ ଠାକରେ ସୋନୁ ସୁଦଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ମହାବିକାଶ ଅଗାଡି ସରକାର ତାଙ୍କ ସହ ଅଛନ୍ତି ବୋଲି ସୂଚନା ଦେଇଥିଲେ ।
ଏହି ବୈଠକ ପରେ ଆଶା କରାଯାଉଛି ଯେ ବର୍ତ୍ତମାନ ସବୁକିଛି ଠିକ ଠାକ ଚାଲିବ ବୋଲି, କିନ୍ତୁ ସଞ୍ଜୟ ରାଉତ ଏହି ମୌକାକୁ ମଧ୍ୟ ହାତଛଡ଼ା କରିନାହାଁନ୍ତି, ଯେତେବେଳେ ସୋନୁ ସୁଦ ମାତୋଶ୍ରୀରେ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ସହ ଆଲୋଚନା କରୁଥିଲେ, ସେତେବେଳେ ସଞ୍ଜୟ ରାଉତ ଟ୍ୱିଟ୍ କରି କହିଛନ୍ତି ଯେ ଶେଷରେ ସୋନୁ ସୁଦଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କୁ ଠିକଣା ମିଳିଲା।