ବିଶ୍ରା ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କଲା ପ୍ରଶାସନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସୁନ୍ଦରଗଡ ଜିଲ୍ଲାର ୨ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହେବାପରେ ପ୍ରଶାସନ ପକ୍ଷରୁ ବିଶ୍ରା ଅଞ୍ଚଳକୁ ଅବରୋଧ ଘୋଷଣା କରାଯାଇଛି। ଏନେଇ ଜିଲ୍ଲାପାଳ ୪୮ ଘଣ୍ଟା ଯାଏଁ କେହି ଘରୁ ନ ବାହାରିବା ଲାଗି ଅନୁରୋଧ କରିଛନ୍ତି। ବିଶ୍ରା ଟାଉନକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି । ଏହି ଅଞ୍ଚଳରେ ଘରକୁ ଘର ଯାଇ କଣ୍ଟାକ୍ଟ ଟ୍ରେସିଂ କରାଯିବା ନେଇ ସୂଚନା ମିଳିଛି।

ସୂଚନାଯୋଗ୍ୟ, ବିଶ୍ରା ଟାଉନର ପୁରୁଣା ବିଶ୍ରା, ଦରେଇକେଲା, ବୁଧେଲଜର, ସନ୍ତୋଷପୁର ଯାଇଥିବା ରାସ୍ତା ପ୍ରବେଶପଥକୁ ସିଲ୍ କରାଯାଇଛି। ଏଥିସହ ବିଶ୍ରା ବ୍ଲକର ସାରୁବାହାଲ, ସନ୍ତୋଷପୁର,
ମନକୋ, ସାନପୋଖରୀ, ଜଡାଟୋଲୀ, କୋକେରମା, କପାଟମୁଣ୍ଡା, କପରଣ୍ଡା ଆଦି ମୌଜାକୁ ମଧ୍ୟ ସିଲ୍ କରାଯାଇଛି l ସେହିପରି ତିନିଟି ଦମକଳ ସହାୟତାରେ ଅଗ୍ନିଶମ କର୍ମଚାରୀ ସମସ୍ତ ଅଞ୍ଚଳକୁ ବିଶୋଧନ ଆରମ୍ଭ କରିଥିବା ଜଣାଯାଇଛି ।

ପ୍ରକାଶ ଥାଉକି,ଗତକାଲି ଓଡ଼ିଶାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଚାରିଜଣଙ୍କ ମଧ୍ୟରୁ ଦୁଇଜଣ ସୁନ୍ଦରଗଡ଼ ଜିଲ୍ଲାର ବୋଲି ଆଜି ଜଣାପଡିଛି। ଏ ନେଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Leave a comment

You cannot copy content of this page