ବିଶ୍ୱର କଲ୍ୟାଣ ପାଇଁ ସୁନ୍ଦରକାଣ୍ଡ ପାଠ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଶ୍ୱର କଲ୍ୟାଣ ଏବଂ ବିଶ୍ୱବାସୀ କରୋନା ସଂକ୍ରମଣରୁ ରକ୍ଷା ପାଇବା ନିମନ୍ତେ ରୁଦ୍ରାଭିଷେକ ଏବଂ ସାମୁହିକ ସୁନ୍ଦରକାଣ୍ଡ ପାଠ ଅନୁଷ୍ଠିତ ହୋଇଛି । ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଆଳିପଡ଼ା ଗ୍ରାମସ୍ଥିତ ଗୋବିନ୍ଦ ଗୋଧାମ ଗୋଶାଳା ଠାରେ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ବିଶ୍ୱର କଲ୍ୟାଣ ଏବଂ କରୋନା ମହାମାରୀ ସଂକ୍ରମଣ ରୁ ରକ୍ଷା ପାଇବା ପାଇଁ ରୁଦ୍ରାଭିଷେକ ଏବଂ ସାମୁହିକ ସୁନ୍ଦରକାଣ୍ଡ ପାଠ କରାଯାଇ ଥିଲା ।
ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଓ ସଂପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଏଥିରେ ଅଧ୍ୟକ୍ଷତା କରିଥିଲେ