ସୁମିତ୍ରା ହେଲେ ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ ବଡ଼ିବିଲଡ଼ିଂ ବିଚାରକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଡ଼ିବିଲଡ଼ିଂରେ ସୁମିତ୍ରା ତ୍ରିପାଠୀଙ୍କୁ ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ ବିଚାରକ ହେବାର ସୌଭାଗ୍ୟ ପ୍ରାପ୍ତ ହୋଇଛି । ସୁମିତ୍ରାଙ୍କ ସଫଳତା ତାଙ୍କ ଶୁଭେଚ୍ଛୁଙ୍କ ମଧ୍ୟରେ ଉତ୍ସାହ ଭାରି ଦେଇଛି । ସୁମିତ୍ରା ପୂର୍ବରୁ ବଡ଼ିବିଲଡ଼ିଂରେ ଜାତୀୟ ବିଚାରକ ଭାବେ କାର୍ଯ୍ୟ କରି ଅନେକ ପ୍ରଶଂସା ସାଉଁଟିଛନ୍ତି । ଏଥର ସେ ବଡ଼ିବିଲଡ଼ିଂ ସହ ଫିଜିକ ସ୍ପୋର୍ଟସରେ ମଧ୍ୟ ଅନ୍ତର୍ଜାତୀୟ ବିଚାରକ ଦାୟିତ୍ୱ ତୁଲାଇବେ ।

ପ୍ରାୟତଃ ପୁରୁଷମାନେ ହିଁ ବଡ଼ିବିଲଡ଼ିଂ କରିଥାଆନ୍ତି । ସୁମିତ୍ରା ବଡ଼ିବିଲଡ଼ିଂରେ ଅନ୍ତର୍ଜାତୀୟ ବିଚାରକ ହେବା ସହ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଫଳରେ ଆଗକୁ ମହିଳାମାନେ ବଡ଼ିବିଲଡ଼ିଂ ପ୍ରତି ଆକର୍ଷିତ ହେବେବୋଲି ଆଶା କରାଯାଉଛି । ଏବେ ସେ ଇଣ୍ଡୋନେସିଆରେ ଥିବାବେଳେ ଆସନ୍ତା ୭ରେ ସେ ଭୁବେନଶ୍ୱର ଫେରିବେ ବୋଲି ଜାଣିବାକୁ ମିଳିଛି ।

Leave a comment