ଆଇଏମଏସ ଓ ସମ୍ ହସ୍ପିଟାଲରେ ଗୁରୁଦିବସ ପାଳନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇ.ଏମ.ଏସ ଓ ସମ୍ ହସ୍ପିଟାଲରେ ସୋମବାର ଗୁରୁଦିବସ ପାଳନ କରାଯାଇଅଛି । ପ୍ରତି ବର୍ଷ ପରି ପୂର୍ବତନ ରାଷ୍ଟ୍ରପତି ତଥା ଶିକ୍ଷାବିତ୍ ଡ. ସର୍ବପଲ୍ଲି ରାଧାକ୍ରିଷ୍ଣଙ୍କ ସ୍ମୃତିଚାରଣରେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରାଯାଇଥିଲା । ଗୁରୁକୁଳ ପରମ୍ପରାର ଆଦର୍ଶ ଓ ମହାନତାକୁ ଆଖିରେ ରଖି ଛାତ୍ର ଓ ଗୁରୁଙ୍କ ମଧ୍ୟରେ କିପରି ପବିତ୍ର ସମ୍ପର୍କ ରହିବ ଏବଂ ଛାତ୍ରଛାତ୍ରିମାନେ କିପରି ଅଗାଧ ଜ୍ଞାନରୂପ ଅଧିକାରି ହେବେ ଏହା ଥିଲା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଅନୁଷ୍ଠାନର ଡିନ୍ ପ୍ରଫେସର ଡ. ଗଙ୍ଗାଧର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରାରମ୍ଭିକ ସୂଚନା ମାଧ୍ୟମରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ମୁଖ୍ୟ ଅତିଥି ସୋଆ କୁଳପତି ପ୍ରଫେସର ଡ. ଅଶୋକ କୁମାର ମହାପାତ୍ର, ପ୍ରଫେସର ଡ. ସୁରେଶ୍ୱର ମହାନ୍ତି, ପ୍ରଫେସର ଡ. ତ୍ରିଲୋଚନ ସାହୁ, ଅଧିକ୍ଷକ ପ୍ରଫେସର ଡ. ପୁଷ୍ପରାଜ ସାମନ୍ତସିଂହାର ପ୍ରମୁଖ ଗୁରୁ ଓ ଶିସ୍ୟଙ୍କ ମହାନତା ଉପରେ ଆଲୋକପାତ କରିଥିଲେ । ଏ ବର୍ଷର ଥିମ୍ ଥିଲା \”ଗବେଷଣା ଏବଂ ତାର ପ୍ରସାରଣ\’ । ଏହି ଉତ୍ସବରେ କୃତିସଫଳ ୧୦ ଜଣ ଗବେଷକଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ସାତ ଜଣ ଗ୍ରାଜୁଏଟ୍ ଛାତ୍ର, ଆଠଜଣ ପୋଷ୍ଟ ଗ୍ରାଜୁଏଟ୍‌, ଦୁଇଜଣ ଡିଏମଓ ଏମ.ସି.ଏଚ ବିଦ୍ୟାର୍ଥି ଓ ବାରଜଣ ଚିକିତ୍ସାବିଦ୍‌ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ନୂତନ ଭାବେ ଯୋଗଦାନ କରିଥିବା ଚାରିଜଣ ପ୍ରଫେସରଙ୍କୁ ସ୍ୱାଗତ କରାଯାଇଥିଲା । ଶେଷରେ ଅନୁଷ୍ଠାନର ଆଡିସନାଲ ଡିନ୍ ପ୍ରଫେସର ଡ. ଅଜୟ କୁମାର ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ । ସୂଚନାଯୋଗ୍ୟ ଏହି କାର୍ଯ୍ୟକ୍ରମରେ କୋଭିଡ ନିୟମ ଅନୁଯାୟୀ ୩୦ ଜଣ ଫାକଲଟି ଉପସ୍ଥିତ ଥିବାବେଳେ ଅନ୍ୟାନ୍ୟ ସମସ୍ତେ ଭର୍ଚୁଆଲରେ ଥିଲେ ।

Leave a comment