ପ୍ରଥମ ମହିଳା ଭାବେ BMCର ମେୟର ହେଲେ ସୁଲୋଚନା ଦାସ

0

ଭୁବନେଶ୍ବର : ଶପଥ ନେଇ BMCର ମେୟର ହେଲେ ସୁଲୋଚନା ଦାସ। ବିଏମ୍‌ସି କନ୍‌ଫରେନ୍ସ ହଲ୍‌ରେ ଶପଥ ନେଇଛନ୍ତି ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ମହିଳା ମେୟର । ତାଙ୍କ ସହ ନବନିର୍ବାଚିତ ୬୭ କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି ।
ଖବର ଅନୁଯାୟୀ, ନିଜର ଦୃଢ ସାଙ୍ଗଠନିକ ଦକ୍ଷତା ଲାଗି ବିଜେଡି ତାଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲା । ଏହାପରେ ତାଙ୍କୁ ରାଜ୍ୟ ସରକାର ଭିନ୍ନକ୍ଷମ କମିଶନର ଭାବେ ଦାୟିତ୍ୱ ଦେଇଥିଲେ । କିନ୍ତୁ ଏବେ ଭୁବନେଶ୍ୱର ମହାନଗର ନିଗମ ପାଇଁ ବିଜେଡି ତରଫରୁ ମେୟର ଭାବେ ପ୍ରାର୍ଥୀ ହୋଇ ନିର୍ବାଚନରେ ବିଜୟୀ ହୋଇଛନ୍ତି । ସେ ବିଜେପି ପ୍ରାର୍ଥୀ ସୁନିତି ମୁଣ୍ଡଙ୍କୁ ୬୧ ହଜାର ୮୭ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଥିଲେ । ସୁଲୋଚନା ଦାସ ମୋଟ ୧ ଲକ୍ଷ ୭୪ ହଜାର ୪୮୭ ଖଣ୍ଡ ଭୋଟ୍ ପାଇଥିଲା ।

Leave a comment