ଖୁବଶୀଘ୍ର ଓଡିଶା ବିଧାନସଭା ଟିଭି ଚ୍ୟାନେଲ୍ : ସୂର୍ଯ୍ୟନାରାୟଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାର୍ଲାମେଣ୍ଟ ଢାଞ୍ଚାରେ ହେବ ଓଡିଶା ବିଧାନସଭା ଟିଭି ଚ୍ୟାନେଲ୍ । ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି ।
ଶ୍ରୀ ପାତ୍ର କହିଛନ୍ତି ଯେ, ବିଧାନସଭା ସମାଚାର ନାଁରେ ଏକ ୟୁଟ୍ୟୁବ ଚ୍ୟାନେଲ୍ ଆରମ୍ଭ ହୋଇଛି । ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ଏହାର ଶୁଭାରମ୍ଭ ହୋଇଛି । ବିଧାନସଭା ପରିସରରେ ଷ୍ଟଡିଓ ତିଆରି ଚାଲିଛି । ଏବେ କେବଳ ୟୁଟ୍ୟୁବରେ ପ୍ରସାରଣ ହେବ । ପରେ ଏହାକୁ ସାଟେଲାଇଟ୍ ହେବାର ଯୋଜନା ରହିଛି । ବିଧାନସଭା ସଂପର୍କିତ ଖବର ଏଠାରେ ପ୍ରସାରଣ କରାଯିବ । ପରବର୍ତ୍ତୀ ସମୟରେ ବିଧାନସଭା ଟିଭି ଆରମ୍ଭ ହେବ । ଏନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ।
‘ବିଧାନସଭା ପତ୍ରିକା’ ନାମରେ ଏକ ମାସିକ ପ୍ରତିକା ପ୍ରକାଶ କରାଯିବ । ରାଜ୍ୟ ସରକାରଙ୍କ ଯୋଜନା ଓ ବିଧାନସଭା ସଂପର୍କୀତ ଖବର ପ୍ରକାଶ କରାଯିବ ।