ଶୁଜୁନପୁର କେନାଲ ପରିଦର୍ଶନ କଲେ ସଞ୍ଜୟ ଦାସବର୍ମା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଙ୍ଗଳବାର ଅପରାହ୍ନରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ପୁରୀ ସଦର ବ୍ଲକର କହ୍ନେଇ ବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ଚାଷୀ ମାନଙ୍କ ଦାବି ପରେ ଶୁଜୁନପୁର କେନାଲ ପୁନଃରୁଦ୍ଧାର କରିବା ପାଇଁ ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା କ୍ଷେତ୍ର ପରିଦର୍ଶନ କରିଥିଲେ । ଶ୍ରୀ ଦାସବର୍ମା କେନାଲର ପୁନଃରୁଦ୍ଧାର କାର୍ଯ୍ୟ ଶିଘ୍ର ପୂର୍ଣ୍ଣାଙ୍ଗ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ଉପସ୍ଥିତ ଥିଲେ ଗ୍ରାମ୍ୟ ଡ୍ରେନେଜ ନିର୍ବାହୀ ଯନ୍ତ୍ରୀ ଭଗବାନ ଦାସ ଓ ଯନ୍ତ୍ରୀ ରଞ୍ଜିତ ବେହେରା, ପୂର୍ବତନ ସରପଞ୍ଚ ପ୍ରକାଶ ମିଶ୍ର, କାର୍ତ୍ତବିଯ୍ୟ ସ୍ଵାଇଁ, କହ୍ନେଇ ବିଦ୍ୟାଧରପୁର ସରପଞ୍ଚ କୈଳାସ ଚନ୍ଦ୍ର ବିଶ୍ୱାଳ, ସମିତି ସଭ୍ୟ କୈଳାସ ଚନ୍ଦ୍ର ମିଶ୍ର ଓ ଗଉଡିକେରା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ରମେଶ ପ୍ରଧାନ ।

Leave a comment

You cannot copy content of this page