ଋଣ ବୋଝ ରୁ ଆତ୍ମହତ୍ୟା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଋଣ ସୁଝି ନ ପରିବାରୁ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। କଳାହାଣ୍ଡି ଜିଲ୍ଲା ମାଦିଗୁଡ଼ା ଗାଁରେ ଚାଷୀ ବାହାଦୂର ରଣା କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ମୁତାବକ, ବାହାଦୂର ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୪ ଲକ୍ଷ ଟଙ୍କା ଋଣ ଆଣି ୪ଏକର ଜମିରେ କପା ଚାଷ କରିଥିଲେ । କିନ୍ତୁ ଲଗାଣ ବର୍ଷା ଯୋଗୁଁ କପା ଫସଲରେ କ୍ଷତି ହେବା ଯୋଗୁଁ ଋଣ ସୁଝିବା ନେଇ ସେ ମାନସିକ ଦୁଶ୍ଚିନ୍ତା ରହୁଥିଲେ । ଶନିବାର ସେ ଜମିରେ କୀଟନାଶକ ଛିଞ୍ଚିବାକୁ ଯାଇଥିବା ବେଳେ ସେଠାରେ କୀଟନାଶକ ପିଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ରବିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏ ନେଇ ଟିଟିଲାଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଛି ।

Leave a comment