୮ଲକ୍ଷ ଟଙ୍କା ପାଇଁ ଜୀବନ ହରିଲେ ଛାତ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସୋର ଅଞ୍ଚଳର ନିହାର ରଞ୍ଜନ ରାଉତ ଆତ୍ମହତ୍ୟା କରିଛନ୍ତି । ସେ ଭୁବନେଶ୍ୱର ସ୍ଥିତ ହାଇଟେକ କଲେଜର ଜଣେ ମେଡିକାଲ ଛାତ୍ର । ବେକରେ ଦଉଡି ଲଗାଇ ଛାତ୍ର ଜଣକ ଆତ୍ମହତ୍ୟା କରିଛନ୍ତି । ପରିବାର ଲୋକେ ମଞ୍ଚେଶ୍ୱର ଥାନାରେ ଏତଲା ଦେଇ ହତ୍ୟା ଅଭିଯୋଗ ଆଣିଛନ୍ତି ।

ଘଟଣା କ୍ରମେ:

ନିହାର ଜଣେ ଏମବିବିଏସ ତୃତୀୟ ବର୍ଷ ଛାତ୍ର । ଗତାକଲି ଠାରୁ ନିହାରଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘର ଲୋକଙ୍କୁ କଲେଜ କର୍ତ୍ତୃପକ୍ଷ ଖବର ଦେଇନଥିଲେ । ଅନ୍ୟ ମାନଙ୍କ ଠାରୁ ଖବର ପାଇ ଘର ଲୋକ ହାଇଟେକ କଲେଜରେ ପହଞ୍ଚିଥିଲେ ।
ପରିବାର ଲୋକ କହିବାମୁତାବକ ହାଇକୋର୍ଟ ମେଡ଼ିକାଲ କଲେଜ କର୍ତ୍ତୃପକ୍ଷ ହିଁ ତାଙ୍କ ପୁଅର ହତ୍ୟାକାରୀ।

ଇଣ୍ଟରନାଲ ପାଇଁ ତାଙ୍କୁ କଲେଜ ତରଫରୁ ୮ଲକ୍ଷ ଟଙ୍କା ମଗାଯାଇଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ନିହାରଙ୍କ ପରିବାର ଲୋକ। କଲେଜ କର୍ତ୍ତୃପକ୍ଷ ନିହାରଙ୍କୁ ଟଙ୍କା ପାଇଁ ମାନସିକ ନିର୍ଯାତନା ଦେଇଥିବାରୁ ଏପରି ହୋଇଛି ବୋଲି ମଧ୍ୟ କହିଛନ୍ତି । ନିର୍ଯାତନା ସହିନପାରି ନିହାର ପ୍ରତିଦିନ ଘରକୁ ଫୋନ କରି କାନ୍ଦୁଥିଲେ ଓ ଏହି କାରଣ ରୁ ନିହାରଙ୍କ ମୃତ୍ୟୁ ଘଟିଛି ବୋଲି ତାଙ୍କର ସନ୍ଦେହ ହେଉଛି ବୋଲି କହିଥିଲେ। ଅନ୍ୟପକ୍ଷରେ ପୋଲିସ ଏକ ଅପମୃତ୍ୟୁ ମାମଲା ରଜ୍ଜୁ କରି ତଦନ୍ତ ଆରମ୍ଭ କରିଛି।

Leave a comment