ଏସପି ଅଫିସ୍ ଆଗରେ ଆତ୍ମହତ୍ୟା ଉଦ୍ୟମ ଘଟଣା: ଯୁବକଙ୍କ ମୃତ୍ୟୁ
ଗଞ୍ଜାମ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଗଞ୍ଜାମ ରମ୍ଭା ଥାନା ବରୀ ଗାଁର ବାଦଲ ସାହୁ ନାମକ ଯୁବକ ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ ଘଟଣା । ଆଜି ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାର ମୃତ୍ୟୁ ଘଟିଛି । ନ୍ୟାୟ ପାଇଁ ଆସିଥିବା ଲୋକ ନ୍ୟାୟ ନ ପାଇ ଆତ୍ମହତ୍ୟା କରୁଛନ୍ତି ପୋଲିସ ଆଖି ସମ୍ମାନରେ ଏହା ସିଧା ପୋଲିସ ଉପରକୁ ଆଙ୍ଗୁଳି ଉଠୁଛି। ଏହି ଘଟଣାରେ ପୋଲିସ ପ୍ରଶାସନକୁ ଦାୟୀ କରୁଛନ୍ତି ସାଧାରଣ ଲୋକେ । ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ସାଧାରଣ ଲୋକେ ।
ସୂଚନା ଅନୁସାରେ ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲି ଯୁବକ ଜଣଙ୍କ ଆତ୍ମାହୂତି ଉଦ୍ୟମ କରିଥିଲେ । ଦେହରେ କିରୋସିନ୍ ଢାଳି ଆତ୍ମହୂତି ଉଦ୍ୟମ କରିଥିଲେ ରମ୍ଭା ଥାନା ବୋରିଗାଁ ଅଞ୍ଚଳର ଯୁବକ ବାଦଲ ସାହୁ । ତେବେ ଗୁରୁତର ଅବସ୍ଥାରେ ବାଦଲଙ୍କୁ ପ୍ରଥମେ ଛତ୍ରପୁର ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ଗତକାଲି ବିଳମ୍ବିତ ରାତିରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।
ତେବେ ୧୨ ବର୍ଷ ତଳେ ବାଦଲ ଓ ତାଙ୍କ ପରିବାର ଲୋକଙ୍କୁ ଏକଘରକିଆ କରାଯାଇଥିଲା । ଏନେଇ ବାରମ୍ବାର ହୁମା ଫାଣ୍ଡି ସହ ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିବା ନେଇ କହିଛନ୍ତି ବାଦଲଙ୍କ ଭାଇ । ବାଦଲଙ୍କ ନାଁରେ ପୂର୍ବରୁ ରମ୍ଭା ଥାନାରେ ମାମଲା ରହିଛି । ଆତ୍ମହୂତି ଉଦ୍ୟମର କାରଣ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଜାରି ରହିଥିବା କହିଛନ୍ତି ଗଞ୍ଜାମ ଏସ୍ପି ।