ତିନି ଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାପାଙ୍କ ମାଡ଼ ସହିନପାରି ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତିନି ଭଉଣୀ । ଏଭଳି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଅଞ୍ଚଳରେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଧିନସ୍ଥଭିପାତାଳକାଣ୍ଡ ଗାଁର ପେଡ୍ରି ସୁରିନ ଙ୍କ ପତ୍ନୀ ତାଙ୍କ ସ୍ୱାମୀ ପେଡ୍ରିଙ୍କ ମାଡ ସହିନପାରି ତିନି ନାବାଳିକା ଝିଅଙ୍କୁ ଛାଡି ଚାଲି ଯାଇଛନ୍ତି । ପତ୍ନୀଙ୍କ ଯିବାପରେ ପେଡ୍ରି ସବୁବେଳେ ନିଶାରେ ବୁଡିରହିବା ସହ ନିଜ ଝିଅ ମାନଙ୍କୁ ମାଡ ମାରୁଥିଲେ । ଏହାକୁ ସହି ନପାରି ପେଡ୍ରିଙ୍କ ତିନି ଝିଅ ସ୍ୱାତି, ସେହେଲ ଓ ଜେଲି ଫିନାଇଲ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ପେଡ୍ରିଙ୍କ ସନଭାଇର ସ୍ତ୍ରୀ ଆନିମା ତିନି ଭଉଣୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି ।

Leave a comment