ସ୍ୱାମୀ ସ୍ତ୍ରୀ କଳହ, ସ୍ତ୍ରୀ ଆଗରେ ନଈକୁ ଡେଇଁଲା ସ୍ୱାମୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କାଠଯୋଡି ବ୍ରିଜ ଉପରେ ସ୍ୱାମୀ ସ୍ତ୍ରୀ ଯାଉଥିବା ବେଳେ ହେଲା କଳହ । ସ୍ୱାମୀ ବାଇକ ରଖି ସ୍ତ୍ରୀ ସାମ୍ନାରେ ନଈକୁ ଡେଇଁ କରିଛନ୍ତି ଆତ୍ମହତ୍ୟା ଉଦ୍ୟମ । ଓଡ୍ରାଫ୍ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ପୋଲିସ ଯୁବକଙ୍କ ସ୍ତ୍ରୀ କୁ ଥାନାକୁ ନେଇ ପଚରାଉଚୁରା ଜରିରଖିଛି ।

ସୂଚନା ଅନୁଯାୟୀ, ବାଇକରେ ଜଣେ ଯୁବକ ତାଙ୍କ ସ୍ତ୍ରୀ ଓ ଛୁଆ ଯାଉଥିବା ବେଳେ କାଠଯୋଡି ବ୍ରିଜ ଉପରେ ହଠାତ ଜୋରସୋର ଝଗଡା ହୋଇଥିଲା । ଯୁବକ ଜଣକ ବାଇକକୁ ରଖି କେହିକିଛି ବୁଝିବା ଆଗରୁ ନଈକୁ ଡେଇଁ ପଡିଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ମହିଳାକୁ ନେଇ ଥାନାରେ ତଦନ୍ତ ଜାରିରଖିଛି । ଉକ୍ତ ଯୁବକର ପ୍ରକୃତ ଠିକଣା ପୋଲିସର ହସ୍ତଗତ ହୋଇନାହିଁ । ଯୁବକର ଶ୍ୱଶୁର ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ତାଙ୍କ ସୂଚନା ଅନୁଯାୟୀ, ୫ ବର୍ଷ ତଳେ ତାଙ୍କ ଝିଅ ବାହାଘର ହୋଇଥିଲା । ତାଙ୍କ ଝିଅ ହାଇସ୍କୁଲରେ ଶିକ୍ଷକତା କରୁଥିବା ବେଳେ ଜ୍ୱାଇଁ ଟାଟା କମ୍ପାନୀରେ କାମ କରୁଥିଲେ ଓ ଉଭୟଙ୍କ ମଧ୍ୟରେ ଅଧିକାଂଶ ସମୟରେ ଝଗଡା ହେଉଥିବା ସେ କହିଥିଲେ । ମାତ୍ର ଝଗଡାର କାରଣ ସେ ଜାଣିନଥିବା କହିଥିଲେ ।

Leave a comment