ଅଧ୍ୟାପକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ବଲାଂଗୀର ଆଲୋକ ନଗର ସ୍ଥିତ ଭଡାଘରରୁ ଝୁଲନ୍ତା ଅବସ୍ଥାରେ ଓଡ଼ିଆ ଅଧ୍ୟାପକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ୍। ସେ ବେକରେ ପ୍ଲାଷ୍ଟିକ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

ମୃତ ଅଧ୍ୟାପକ ଜଣକ ହେଲେ ପ୍ରକାଶ ଚନ୍ଦ୍ର ସାହୁ। ତାଙ୍କ ବୟସ ୪୫ବୋଲି ଜଣାପଡ଼ିଛି। ସେ ରାଜେନ୍ଦ୍ର ମହାବିଦ୍ୟାଳୟରେ ଯୁକ୍ତ ୨ ଓଡ଼ିଆ ବିଭାଗରେ ପାଠ ପଢ଼ାଉ ଥିଲେ।

ତାଙ୍କ ନିଜ ଘର ବୌଦ୍ଧ ଜିଲ୍ଲା ମର୍ଯ୍ୟକୁଦ ଗାଁରେ ବୋଲି ଜଣାପଡିଛି। କିଛିଦିନ ହେଲା ତାଙ୍କ ଦେହ ଅସୁସ୍ଥ ଥିବାରୁ ସେ କଲେଜରୁ ଛୁଟି ନେଇ ଚିକିତ୍ସିତ ହେଉଥିଲେ। ଘଟଣା ସ୍ଥଳରେ ବଲାଂଗୀର ଟାଉନ ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ ଆରମ୍ଭ କରିଛି।

Leave a comment