କେଉଁ ବାରରେ କଣ କଲେ ଶୁଭ ଫଳ ମିଳିବ
କୌଣସି ଶୁଭ କାର୍ଯ୍ୟରେ ବାହାରକୁ ଯିବା ସମରେ ଅନେକ ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡ଼ିଥାଏ । ଏହାସହ କାର୍ଯ୍ୟ ସିଦ୍ଧି ପାଇଁ ବିଶେଷ ଉପାୟମାନ ଘର ମାନଙ୍କରେ ଆପଣା ଯାଇଥାଏ। ଯେପରି ଦହି ଚିନି ଖଇକି ଯିବା ଶୁଭ ହୋଇଥାଏ ବୋଲି କୁହାଯାଏ, ସେପରି ପୂର୍ଣ୍ଣ ପାଣି ପତ୍ର ଦେଖିବା ଆଦି। ତେବେ କାର୍ଯ୍ୟରେ ସମ୍ପୂର୍ଣ୍ଣ ସଫଳତା ପ୍ରାପ୍ତି ପାଇଁ କିଛି ସରଳ ଉପାୟ ରହିଛି, ଯାହାକୁ ବାର ଅନୁଯାୟୀ ପାଳନ କରିବା ଦ୍ୱାରା ସଫଳତା ନିଶ୍ଚୟ ମିଳିଥାଏ। ତେବେ ଚଳନ୍ତି ଜାଣିବା ସେ ବିଷୟରେ…
ସୋମବାର:- ଏହି ବାର ଦିନ ଘରୁ ବାହାରକୁ କୌଣସି କାର୍ଯ୍ୟରେ ଯିବା ସମୟରେ ଦର୍ପଣ ଦେଖନ୍ତୁ। ଏହାଦ୍ବାରା ଆପଣଙ୍କୁ ସଫଳତା ମିଳିବ। ମାତ୍ର ଭଙ୍ଗା ଦର୍ପଣ ଦେଖିବେ ନାହିଁ।
ମଙ୍ଗଳବାର:-ମଙ୍ଗଳବାର ଦିନ ଗୁଡ଼ ଖାଇ ଘରୁ ବାହାରକୁ ଯାଆନ୍ତୁ। ଗୁଡ଼ ଯେପରି ମିଠା , ଦିନ ମଧ୍ୟ ସେଭଳି ଶୁଭଫଳ ଦେଇଥାଏ ବୋଲି ବିଶ୍ୱାସ କରାଯାଏ। ଗୁଡ଼ ବ୍ୟତୀତ ଆପଣ କୌଣସି ମିଠା ଖାଇ ବାହାରକୁ ଯାଇ ପାରିବେ।
ବୁଧବାର:-ଏହି ବାରରେ ଧନିଆ ପତ୍ର ଖାଇ ଘରୁ ଯାଆନ୍ତୁ, କାର୍ଯ୍ୟରେ ସଫଳତା ମିଳିବ। ଏହାସହ ଏହି ବରରରେ ଗଣେଶଙ୍କ ପାଖେ ସୂପରି ଭୋଗ ଲାଗି ତାକୁ ବାହାରକୁ ଯିବା ବେଳେ ଖାଆନ୍ତୁ ଶୁଭ ଫଳ ମିଳିବ।
ଗୁରୁବାର:-ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିବା ସହ ଜିରା ଖାଇ ଯାଆନ୍ତୁ। ଦିନଟିରେ ପ୍ରତ୍ୟେକ କର୍ଯ୍ୟ ସମ୍ପୂର୍ଣ୍ଣ ହେବ।
ଶୁକ୍ରବାର:- ଶୁକ୍ରବାର ଦିନ ଦହି ଖାଇ ଘରୁ ବାହାରିବା ଦ୍ୱାରା ଦିନଟି ଭଲରେ କାଟିବା ସହ କାର୍ଯ୍ୟରେ ସଫଳତା ମିଳିଥାଏ।
ଶନିବାର:-ଏହି ବାର ଶନିଦେବଙ୍କୁ ସମର୍ପିତ ଅଟେ। ଶନିବାର ଦିନ ଅଦା ଖାଇ ଘରୁ ବାହାରକୁ ଯିବା ଦ୍ୱାରା ସମାର ବାଧାବିଘ୍ନ ଦୂର ହୋଇ କାର୍ଯ୍ୟରେ ସଫଳତା ମିଳିଥାଏ।
ରବିବାର:- ରବିବାର ଦିନ ଘରୁ ବାହାରକୁ ଯିବା ସମୟରେ ପାନ ଖାଇ ଯାଆନ୍ତୁ। ଏପରି କରିବା ଦ୍ୱାରା କାର୍ଯ୍ୟରେ ସଫଳତା ମିଳିଥାଏ। ଏହାସହ ଏହି ଦିନ ଆମିଷ ଖାଆନ୍ତୁ ନାହିଁ ସୂର୍ଯ୍ୟଙ୍କୁ କ୍ଷୀର ସମର୍ପିତ କରନ୍ତୁ, ଶୁଭ ଫଳ ପାଇବେ।