ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଗାଡ଼ି ଆଗରେ ପ୍ରତିବାଦ, କଳା ପତାକା ଦେଖାଇ ୩ ଅଟକ

0

ଓଡ଼ିଶା ରାଜ୍ୟ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି ଆଜି ଅପରାହ୍ନରେ ଢେଙ୍କାନାଳ ଗ୍ରସ୍ତରେ ଆସିଥିବାବେଳେ କେତେକ ଯୁବକ ତାଙ୍କୁ କଳା ପତାକା ଦେଖାଇ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ଫଳରେ ପ୍ରିୟବ୍ରତ ଗଡନାୟକ ନାମକ ଯୁବକ ଓ ତାର ସାଥି ଦୁଇଜଣଙ୍କୁ ଟାଉନ ପୋଲିସ କାବୁ କରି ଅଟକ ରଖିଛି । ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଜସ୍ୱ ସମୀକ୍ଷା ବୈଠକରେ ଯୋଗ ଦେବାକୁ ଯିବା ସମୟରେ ଛପି ରହିଥିବା ଏହି ଯୁବକ ତିନିଜଣ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତାଙ୍କ ଗାଡି ସମ୍ମୁଖରେ କଲା ପତାକା ଦେଖାଇ ପ୍ରତିବାଦ ପ୍ରଦର୍ଶନ କରିଥିଲେ ।

ଢେଙ୍କାନାଳର ପୂର୍ବତନ ଉପଜିଲ୍ଲାପାଳ ତଥା ବର୍ତ୍ତମାନ ଢେଙ୍କାନାଳରେ ଅବସ୍ଥାପିତ ଥିବା ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କୁ ଗିରଫ ଓ ନିଲମ୍ବିତ ପାଇଁ ଏହି ଯୁବକମାନେ ନାରବାଜି କରିଥିଲେ । ଢେଙ୍କାନାଳ ସହରର ଏକ ଜନଗହଳି ପୂର୍ଣ୍ଣ ସ୍ଥାନରେ ଥିବା ଦେବୋତ୍ତର ବିଭାଗର ଜଳାଶ୍ରୟର କିଶମ ପରିବର୍ତ୍ତନ କରି ଘର କରାଯାଇଥିବା ଘଟଣାକୁ ନେଇ ଏହି କଳାପତାକା ପ୍ରଦର୍ଶନ କରିଥିବା ଜଣାପଡ଼ିଛି । ଏହି ଘଟଣାରେ ପୂର୍ବତନ ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଭୂମିକା ସନ୍ଦେହ ଜନକ ଥିବାରୁ ଏହି ଯୁବକମାନେ ମନ୍ତ୍ରୀଙ୍କୁ ଏପରି କଳାପତାକା ଦେଖାଇ ପ୍ରତିବାଦ କରିଥିବା ଜଣାପଡିଛି ।

Leave a comment