ସରକାରୀ ଅଧିକାରୀଙ୍କ ଛୁଟି ନିର୍ଦ୍ଦେଶନାମାରେ ହେଲା ଏଭଳି ପରିବର୍ତ୍ତନ

0

ସରକାରୀ ଅଧିକାରୀଙ୍କୁ ଛୁଟି ନିର୍ଦ୍ଦେଶନାମାରେ ଆଂଶିକ ପରିବର୍ତ୍ତନ । ୩୦ ଜୁନ୍ ଯାଏ ସରକାରୀ ଅଧିକାରୀଙ୍କୁ ଛୁଟି ମନା ନେଇ ଗତକାଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାହୋଇଥିଲା । ତେବେ ଦିନକ ପରେ ନିର୍ଦ୍ଦେଶନାମାରେ ଆଂଶିକ ପରିବର୍ତ୍ତନ କରାଯାଇଛି । ନୂଆ ନିର୍ଦ୍ଦେେଶନାମା ଅନୁଯାୟୀ ସରକାରୀ ଅଧିକାରୀଙ୍କୁ ସର୍ତ୍ତମୂଳକ ଛୁଟି ପ୍ରଦାନ କରାଯିବ ।

ଜରୁରୀ କାର୍ଯ୍ୟ ପାଇଁ ଛୁଟିରେ ଥିଲେ ମଧ୍ୟ ଅଧିକାରୀ ମାନେ ତୁରନ୍ତ ଫେରି କାର୍ଯ୍ୟରେ ଯୋଗ ଦେବେ । ଅଧିକାରୀମାନେ ମୋବାଇଲରେ ସଂପର୍କରେ ରହିବେ ବୋଲି ନିର୍ଦ୍ଦେଶ ଜାରି ହୋଇଛି ।

ଗତକାଲି ନିର୍ଦ୍ଦେଶନାମାରେ ଜୁନ୍ ୩୦ ଯାଏ ଜରୁରୀ ଦାୟିତ୍ବ ସଂପାଦନ ପାଇଁ ସରକାରୀ ଅଧିକାରୀମାନେ ମୁଖ୍ୟ ଦପ୍ତରରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ରହିଥିଲା । ନୂଆ ସରକାର ହେଉଥିବାରୁ ବିଭିନ୍ନ ସ୍ତରରେ କାର୍ଯ୍ୟକ୍ରମ ଚାଲିବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି।

Leave a comment