‘ଭର୍ଟିକାଲ୍ ଲଞ୍ଚ ସର୍ଟ ରେଞ୍ଜ୍ ମିସାଇଲ୍’ର ସଫଳ ପରୀକ୍ଷଣ

ବାଲେଶ୍ବର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଭର୍ଟିକାଲ୍ ଲଞ୍ଚ ସର୍ଟ ରେଞ୍ଜ୍ ମିସାଇଲ୍ (ଭିଏଲ୍-ଏସ୍ଆର୍ଏସ୍ଏଏମ୍)ର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ସଫଳ ପରୀକ୍ଷଣ କରାଯାଇଛି। ଏହାକୁ ନେଇ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍ଡିଓ) ପକ୍ଷରୁ ସୂଚନା ଦିଆଯାଇଛି।
ଏହାକୁ ନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଡିଆର୍ଡିଓକୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ଡିଆର୍ଡିଓ, ଭାରତୀୟ ନୌସେନାକୁ ସର୍ଫେସ୍ ଟୁ ଏୟାର ମିସାଇଲର ସଫଳ ପରୀକ୍ଷଣ ପାଇଁ ମୁଁ ଶୁଭେଚ୍ଛା ଜଣାଉଛି। ଓଡ଼଼ିଶାର ଚାନ୍ଦିପୁର ଘାଟିରେ ହୋଇଥିବା ଏହି ମିସାଇଲ ପ୍ରତିରକ୍ଷା ବାହିନୀକୁ ମଜଭୁତ କରିବା ସହ ନୌସେନାକୁ ଆକାଶ ମାର୍ଗରୁ ମାଡି଼ ଆସୁଥିବା ବିଭିନ୍ନ ଆକ୍ରମଣରୁ ରକ୍ଷା କରିବ।