ଅଗ୍ନୀ-୪ର ସଫଳ ପରୀକ୍ଷଣ

ଭଦ୍ରକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନୀ-୪ର ସଫଳ ରାତ୍ରୀକାଳୀନ ବ୍ୟବହାର ଉପଯୋଗୀ ପରୀକ୍ଷଣ ସମୋବାର ଭଦ୍ରକର ଅବଦୁଲ କଲମା ଆଇଲାଣ୍ଡରୁ ହୋଇଛି। ଆଣବିକ ଅସ୍ତ୍ର ବହନ କ୍ଷମତା ସଂପନ୍ନ ଏହି ବାଲିଷ୍ଠିକ ମିସାଇଲକୁ ଗୋଟିଏ ମୋବାଇଲ ଲଞ୍ଚରରୁ ପରୀକ୍ଷା କରାଯାଇଥିଲା। ସୈନ୍ୟ ବାହିନୀର ଷ୍ଟେଟେଜିକ୍ ଫୋର୍ସର କମାଣ୍ଡର ଜୱାନମାନେ ଏହି ପରୀକ୍ଷା କରିଥିଲେ ।
ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରରେ କଠିନ ଇନ୍ଧନ ବ୍ୟବହାର କରାଯାଇଛି। ଭୁପୃଷ୍ଟରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ରର ୩୫୦୦ ରୁ ୪୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କ୍ଷମତା ରହିଛି। ଏହି ମିସାଇଲରେ ଏକ ଟନ ଓଜନର ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ମଧ୍ୟ ରହିଛି। ଏହି କ୍ଷେପଣାସ୍ତ୍ରର ଲଞ୍ଚ ୱେଟ୍ ୬ଟନ୍ ଥିବାବେଳେ ଏହାର ଲମ୍ବ ୨୦ ମିଟର ଓ ଓସାର ୧.୦୧ମିଟର ରହିଛି। ଏହି କ୍ଷେପଣାସ୍ତ୍ର ଭାରତର ଶତ୍ରୁ ରାଷ୍ଟ୍ର ପାକିସ୍ତାନ ଓ ଚୀନକୁ ଟାର୍ଗେଟ କରିବାରେ ସକ୍ଷମ ହୋଇପାରିବ।