ଏହି ଖରାପ ଅଭ୍ୟାସ ଦୁରେଇ ରୁହନ୍ତୁ,ନଚେତ ସଫଳତାରେ ବାଧା ସୃଷ୍ଟି ହେବ

0

ସଫଳତାର ପୁଞ୍ଜିରେ କୁହାଯାଇଛି ଯେ ଯୁବାବସ୍ଥା ଗୋଟିଏ ଏପରି ସମୟ ଯେଉଁଠି ସତର୍କ ରହିବା ନିହାତି ଆବଶ୍ୟକ l ଏହି ବୟସରେ ଗୋଟିଏ ଭୁଲ ପଦକ୍ଷେପ ସମ୍ପୂର୍ଣ ଜୀବନକୁ ନଷ୍ଟ କରିପାରେ l ଏହି ବୟସରେ ଖରାପ ଅଭ୍ୟାସ ଓ ଭୁଲ କାର୍ଯ୍ୟ ଖୁବ ଆକର୍ଷିତ କରିଥାଏ l ତେଣୁ ଏହି ବୟସରେ ସଚେତନ ରହିବା ଖୁବ ଆବଶ୍ୟକ l ଆଉ ଏହିସବୁ କଥାକୁ ବିଶେଷ ଧ୍ୟାନ ଦେବା ଆବଶ୍ୟକ l

ଖରାପ ସାଙ୍ଗ ଦୋଷରୁ ଦୁରେଇ ରହିବା :
ସଫଳତାର ପୁଞ୍ଜି କହୁଛି ଯୁବାବସ୍ଥା ରେ ବ୍ୟକ୍ତି ନୂଆ ନୂଆ ଜିନିଷ ଖୋଜିଥାଏ l ଜ୍ଞାନ ଓ ଉର୍ଜା ର ସଠିକ ସନ୍ତୁଳନ ଯଦି ଏହି ବୟସରେ ହୋଇ ନଥାଏ ତେବେ ଯୁବକ ମାନେ ଭୁଲ ଜିନିଷ ପ୍ରତି ଆକର୍ଷିତ ହୋଇ ଥାଆନ୍ତି l ଏହି ବୟସରେ ଭୁଲ ସାଙ୍ଗ ଯଦି ଆପଣ ବାଛିବେ ତେବେ ଜାଣି ରଖନ୍ତୁ ଯେ ଆପଣଙ୍କ ଭବିଷ୍ୟତ ନଷ୍ଟ ହୋଇଯିବ l

ନିଶା ଠାରୁ ଦୁରେଇ ରହିବା ଉଚିତ :
ସଫଳତାର ପୁଞ୍ଜି କହୁଛି ଯେ ଏହି ବୟସ ହେଉଛି ଚହଲା ବୟସ l ତେଣୁ ଏହି ବୟସରେ ନିଶା ଠାରୁ ଦୁରେଇ ରହିବା ଉଚିତ l ଯଦି ଏହି ଯୁବକ ସମୟରେ ଆପଣଙ୍କୁ ନିଶା ର ଅଭ୍ୟାସ ହୋଇଗଲା ଏହା ଆପଣଙ୍କ ଜୀବନ ନଷ୍ଟ ତ କରିବ ତା ସହିତ ଆପଣଙ୍କ ପରିବାର ଉପରେ ମଧ୍ୟ ଏହାର ପ୍ରଭାବ ପଡିବ l

ଆଳସ୍ୟ ତ୍ୟାଗ କରିବା ଆବଶ୍ୟକ :
ସଫଳତାର ପୁଞ୍ଜି କହୁଛି ଯୁବାବସ୍ଥା ରେ ସମସ୍ତ କାର୍ଯ୍ୟ କୁ ନିଜର ଶକ୍ତି ଓ ସାମର୍ଥ୍ୟ ଦେଇ କରିବା ଉଚିତ l କାରଣ ଆଳସ୍ୟ ହେଉଛି ବ୍ୟକ୍ତିର ସବୁଠୁ ବଡ ଶତ୍ରୁ l ଆଳସ୍ୟ କାରଣରୁ ବ୍ୟକ୍ତି ସଫଳତା ଠାରୁ ଦୁରେଇ ରହିଥାଏ l ଆଳସ୍ୟ, ନିଶା ଓ ଖରାପ ସାଙ୍ଗ ଗୋଟିଏ ଯୁବକ କୁ ଅନ୍ଧକାର ମଧ୍ୟକୁ ଟାଣି ନେଇ ଯାଇଥାଏ l

Leave a comment