ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୁବ୍ରତ ବାଗଚୀ

0

କରୋନା ସମୟରେ ପ୍ରତିଦିନ ଟିଭି ପରଦାକୁ ଆସି ଲୋକଙ୍କୁ ସଚେତନ କରି ସାରା ରାଜ୍ୟରେ ପରିଚିତ ହୋଇଥିବା ସୁବ୍ରତ ବାଗଚୀ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ ଓ୍ଵାର୍ଲ୍ଡ ସ୍କିଲ୍ସ ସେଷ୍ଟର ସିଇଓ ପଦରୁ ବି ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ପଦ ଛାଡ଼ିଥିବା ନେଇ ସୂଚନା ରହିଛି।

ଗୁରୁ ଦାୟିତ୍ଵ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ବାଗଚୀଙ୍କୁ ରାଜ୍ୟରେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିଥିଲା। ନିଜେ ଟୁଇଟ୍ କରି ଇସ୍ତଫା ସୂଚନା ଦେଇଛନ୍ତି ସୁବ୍ରତ ବାଗଚୀ।

Leave a comment