ପୁଣି ଚାର୍ଚ୍ଚରେ ବାଗଚୀ; ହସ୍ପିଟାଲ ପାଇଁ ଦାନ କଲେ ୪୨୫କୋଟି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବେଙ୍ଗାଲୁରୁରେ ବାଗଚୀ ଦମ୍ପତିଙ୍କ ଚର୍ଚ୍ଚା । ଏଠାରେ ବାଗଚୀ- ପାର୍ଥସାରଥି ହସ୍ପିଟାଲ ପାଇଁ ୪୨୫କୋଟି ଟଙ୍କା ଦାନ କରିଛନ୍ତି ବାଗଚୀ ଦମ୍ପତି। ପାର୍ଥସାରଥିଙ୍କ ସହ ମିଶି ନିର୍ମାଣ କରିବେ ବିଶ୍ୱସ୍ତରୀୟ ଚିକିତ୍ସା ବିଜ୍ଞାନ ଗବେଷଣା କେନ୍ଦ୍ର। ହସ୍ପିଟାଲର ନାଁ ରହିବ ବାଗଚୀ-ପାର୍ଥସାରଥି ହସ୍ପିଟାଲ। ସୂଚନାଯୋଗ୍ୟ, ଓ଼ଡିଶାରେ କ୍ୟାନସର ମେଡିକାଲ ନିର୍ମାଣ ପାଇଁ ପୂର୍ବରୁ ୩୪୦ କୋଟି ଟଙ୍କା ଦାନ କରିଥିଲେ।ଓଡିଶାରେ ବିଶ୍ୱସ୍ତରୀୟ କ୍ୟାନସର ହସ୍ପିଟାଲ ଓ ପାଲିଆଟିଭ୍ କେୟାର ସେଂଟର ପ୍ରତିଷ୍ଠା ପାଇଁ ଏହି ଅର୍ଥ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ । ଏବେ ପୁଣି ଥରେ ବାଗଚୀ ଦମ୍ପତିଙ୍କୁ ମିଳିଛି ବାହବା । ସଞ୍ଚିତ ଅର୍ଥରେ ନିର୍ମାଣ କରିବେ ବିଶ୍ୱ ସ୍ତରୀୟ ଗବେଷଣା କେନ୍ଦ୍ର । ଏନେଇ ସୂଚନା ଦେଇଛନ୍ତି ନିଜେ ସୁସ୍ମିତା ବାଗଚୀ ।

Leave a comment