ବିଜେଡିରେ ଯୋଗଦେଲେ ସୁବାସ ଚୌହ୍ୱାନ, ନିର୍ବାଚନ ନଲଢ଼ିବାକୁ ନେଲେ ନିଷ୍ପତ୍ତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ବିଜେପିରୁ ଇସ୍ତଫା ଦେଇଥିବା ସୁବାସ ଚୌହ୍ୱାନ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦାନ କରିଛନ୍ତି । ଏହି ଅବସରରେ ଶ୍ରୀ ଚୌହ୍ୱାନ କହିଛନ୍ତି, ସେ ଏଥର ନିର୍ବାଚନ ଲଢ଼ିବେ ନାହିଁ । ମୁଖ୍ୟମନ୍ତ୍ରୀ ତାଙ୍କୁ ଯେଉଁ ଦାୟିତ୍ୱ ଦେବେ ତାହା ଖୁସିରେ ନିର୍ବାହ କରିବେ ।

ସୂଚନା ଅନୁଯାୟୀ, ବରଗଡ଼ ଲୋକସଭା ଆସନରୁ ସୁବାସଙ୍କ ଟିକେଟ୍ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁରରୁ ନିର୍ବାଚନ ଲଢ଼ିବାକୁ ଆହ୍ୱାନ କରିଥିଲେ । ଶ୍ରୀ ଚୌହ୍ୱାନ ବିଗତ ୩୦ବର୍ଷ ହେବ ବିଜେପିର ନିଷ୍ଠାପର ସଦସ୍ୟ ଭାବେ କାମକରୁଥିଲେ । ଗତ ନିର୍ବାଚନରେ ସୁବାସ ୩ ଲକ୍ଷ ୭୨ ହଜାର ଭୋଟ ପାଇଥିଲେ । ଗତ ୫ ବର୍ଷ ଧରି ଲୋକଙ୍କ ସହ ଯୋଡ଼ି ହୋଇ ରହିଥିଲେ । କିନ୍ତୁ ତାଙ୍କୁ ଟିକେଟ ଦିଆଗଲା ନାହିଁ ଏହା ତାଙ୍କ ପାଇଁ ବଡ଼ ଅପମାନଜନକ ପରିସ୍ଥିତି ଆଣିଲା । ଗତକାଲି ହଠାତ ସେ ଦଳ ଛାଡ଼ିବା ପାଇଁ ନିଷ୍ପତ୍ତି ନେବାସହ ଭୁବନେଶ୍ୱର ବିଜେପି ପାର୍ଟି ଅଫିସ ଆସି ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଏହାପରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ପରିପ୍ରକାଶ କରିବା ବେଳେ ଶ୍ରୀ ଚୌହ୍ୱାନ ଭାବବିହ୍ଵଳ ହୋଇ କାନ୍ଦି ପକାଇଥିଲେ ଓ କହିଥିଲେ ଏଠାରେ ବିଜେପି ଦଳ କେବଳ କିଛି ମୁଷ୍ଟିମେୟ ଲୋକଙ୍କ ନିର୍ଦ୍ଧେଶରେ ଚାଲୁଛି ।

Leave a comment