ଆଇସିୟୁରେ ସୁବାସ ଚୌହ୍ବାନ !
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହ୍ବାନଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଥିବା ଜଣାପଡିଛି। ତାଙ୍କୁ ଚିକିତ୍ସା ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସୁବାସ ଚୌହାନଙ୍କୁ ଜଣ୍ଡିସ ପରେ ପ୍ରୋଷ୍ଟେଟ କ୍ୟାନ୍ସର ହୋଇଥିବା ଜଣାପଡ଼ିଛି। ସେ କିଛିଦିନ ହେଲା ରାଜ୍ୟ ବାହାରକୁ ଯାଇ ମଧ୍ୟ ଚିକିତ୍ସିତ ହୋଇ ଫେରିଥିଲେ। ତେବେ, ମଙ୍ଗଳବାର ରାତିରେ ସେ ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ରାତିରୁ ସେ ଆଇସିୟୁରେ ଥିବା ତାଙ୍କ ପରିବାର ଲୋକଙ୍କ ସୂଚନାରୁ ଜଣାପଡିଛି।