ବାହା ହେବେ ସୁସ୍ମିତା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଲିଉଡରେ ଚାଲିଛି ବାହାଘର ପର୍ବ । ନିକଟରେ ଅନୁଷ୍କା ଶର୍ମା ଇଣ୍ଡିଆନ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କୁ ବାହା ହୋଇଥିବା ବେଳେ ଏବେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନ ବାହା ହେବାକୁ ଯାଉଛନ୍ତି । ତେବେ ଏହି ବିବାହ ପର୍ବରେ ସାମିଲ ହୋଇଛନ୍ତି ବଲିଉଡର ସବୁଠାରୁ ଫିଟ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ । ସିଙ୍ଗଲ ମଦର ସୁସ୍ମିତା ଏବେ ତାଙ୍କଠାରୁ ୧୫ବର୍ଷ ସାନ ବୟଫ୍ରେଣ୍ଡ ରୋହମନଙ୍କୁ ନେଇ ଅଛନ୍ତି ଚର୍ଚ୍ଚାରେ । ତାଙ୍କୁ ରୋହମନଙ୍କ ସହ ବିଭିନ୍ନ ପାର୍ଟି ଓ ଶୋରେ ଦେଖିବାକୁ ମିଳୁଛି । ଥରେ ଉଭୟଙ୍କୁ ଏୟାରପୋର୍ଟରେ ଏକାଠି ଦେଖିବାକୁ ମିଳିଥିବା ବେଳେ ଶିଳ୍ପା ସେଟ୍ଟି କୁନ୍ଦ୍ରାଙ୍କ ପ୍ରି ଦିଓ୍ବାଲି ପାର୍ଟିରେ ମଧ୍ୟ ଉଭୟ ଏକାଠି ନଜରକୁ ଆସିଥିଲେ । ଏମିତିକି ମିଡିଆକୁ ପୋଜ ମଧ୍ୟ ଦେଇଥିଲେ । ଏବେ କୁଆଡେ ଏହି ଦୁଇ ଲଭବାର୍ଡ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ରିପୋର୍ଟ ଅନୁସାରେ ସୁସ୍ମିତା ଓ ରୋହମନ ୨୦୧୯ରେ ବିବାହ କରିବେ । ରୋହମନ ସୁସ୍ମିତାଙ୍କୁ ପ୍ରପୋଜ କରି ସାରିଥିବା ବେଳେ ସୁସ୍ମିତା ମଧ୍ୟ ଗ୍ରୀନ ସିଗନାଲ ଦେଇଥିବା ଜଣାପଡିଛି ।

Leave a comment