ସାଇକେଲରୁ ପଡି ମାଟ୍ରିକ ପରୀକ୍ଷାର୍ଥୀ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ଜଣେ ପରୀକ୍ଷାର୍ଥୀ ସାଇକେଲ ରୁ ପଡି ମୃତ। ମୃତ ଛାତ୍ର ଜଣକ କିର୍ମିରା ବ୍ଲକ ଭଉରା ସ୍କୁଲର ଛାତ୍ର ଈଶ୍ବର ରୋହିଦାସ ବୋଲି ଜଣା ପଡିଛି ।
ସୂଚନା ଅନୁଯାଇ ଆଜି ସକାଳେ ସେ ବାଗଡ଼ିହି ହାଇସ୍କୁଲ କୁ ପରୀକ୍ଷା ଦେବାକୁ ଯାଉଥିବା ବେଳେ ଭଉରା ପଂଚାୟତ ସମ୍ମୁଖ ରେ ପଡି ଯାଇ ଥିଲେ l ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ସେବା ପାଇଁ ଫୋନ କରି ଥିଲେ ମଧ୍ୟ ଏହା ଆସିବାରେ 2ଘଣ୍ଟା ବିଳମ୍ବ ହେବାରୁ ପିଲାର ମୃତ୍ୟୁ ହେଲା ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।